ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବା ସମୟରେ ଆସିଛି ଆଉ ଏକ ଖୁସି ଖବର। ସୋମବାର ବଜାରକୁ ଆସିଛି ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ -୨ଡିଜି। ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ହର୍ଷବର୍ଦ୍ଧନ ।
ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନିଉକ୍ଲିଅର ଆଣ୍ଡ ଆଲାଏଡ ସାଇନସ୍ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡି ଲ୍ୟାବ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।ଏହି ଔଷଧ ପାଉଡର ଗୁଣ୍ଡ ଆକାରରେ ମିଳିବ ଏବଂ ଏହାକୁ ପାଣିରେ ମିଶାଇ ପିଆଯାଇ ପାରିବ । ଡିଆରଡିଓ ପକ୍ଷରୁ କୁହାଯାଇଛି ଏହି ଔଷଧ ଯେଉଁ କେତେକ କରୋନା ରୋଗୀଙ୍କୁ ଟ୍ରାଏଲ୍ ପାଇଁ ଦିଆଯାଇଥିଲା ତାଙ୍କ ଆରଟିପିସିଆର ଟେଷ୍ଟ କମ୍ ଦିନରେ ନେଗେଟିଭ୍ ଆସିଛି ।
ଦିଲ୍ଲୀରେ ଆଜି ଏହି ଔଷଧର ୧୦ ହଜାର ଡୋଜ୍ ଦିଲ୍ଲୀର କିଛି ହସପିଟାଲରେ ବଣ୍ଟା ଯିବ । ବିଶେଷ କରି ହସପିଟାଲରେ ରୋଗୀଙ୍କ ରହଣୀ ସମୟକୁ ଏହି ଔଷଧ କମାଇ ଥାଏ । ଏବଂ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ ।ଯାହାଫଳରେ କରୋନ ରୋଗୀ ଅତି ଶୀଘ୍ର ସୁସ୍ଥ ହୋଇ ପାରିବ।