ଭୁବନେଶ୍ବର: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିସ୍ୱାର୍ଥପର ସେବା ସଂଗଠନ (Yours hope), କ୍ଲବ୍ ସତ୍ୟବାଦୀ ଓ ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ସତ୍ୟବାଦୀର ସାକ୍ଷୀଗୋପାଳଙ୍କ ମନ୍ଦିର ଓ ତାର ଚତୁଃପାର୍ଶ୍ଵର, ଚନ୍ଦନ ଚକଡା, ଆଖପାଖର ଗ୍ରାମ, ସାହି ଗୁଡ଼ିକୁ ସାନିଟାଇଜିଂ କରାଯାଇଛି।
ନିସ୍ୱାର୍ଥପର ସେବା ସଂଗଠନର ଚେୟାରମ୍ୟାନ ରୀନାରାଣୀ ନାୟକ, ସ୍ଥାନୀୟ ଯୁବଛାତ୍ର ସମାଜସେବୀ ବିଭୁପ୍ରଦାସ ନନ୍ଦ, ଜଗନ ଭୋଇ,ସମସ୍ତ ସଦସ୍ଯ ଏବଂ ଗରିବର ସାଥୀ ଅନୁଷ୍ଠାନର ସଦସ୍ଯ ସନ୍ଦୀପ ମହାପାତ୍ର, ଚନ୍ଦନ, ବିଶ୍ବଜିତ୍ ପରିଡା ଓ ସମସ୍ତ ସଦସ୍ଯ, କ୍ଲବ ସତ୍ଯବାଦୀ ତରଫରୁ ସଂପାଦକ ଆଲୋକ ଖୁଣ୍ଟିଆ ଏବଂ ସମସ୍ତ ସଦସ୍ଯମାନଙ୍କ ଦ୍ବାରା କାର୍ଯ୍ୟ ସଂପାଦନ କରାଯାଇଥିଲା।।