ଭୁବନେଶ୍ବର: ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସିନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ |
ଶ୍ରୀ ସିଂହ କହିଛନ୍ତି ଯେ ଟୀକାକରଣ କେନ୍ଦ୍ରରେ ଲାଗୁଥିବା ଲମ୍ବା ଧାଡି ଓ ଗହଳି ଯୋଗୁଁ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା କରି କୋଭିଡ ପରୀକ୍ଷା ଓ ଟୀକାକରଣ କୁ ଘର ଘର ବୁଲି କରିବାର ପ୍ରସ୍ତାବ ଟ୍ଵିଟ ଜରିଆରେ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେବା ସହ ଅନୁରୋଧ କରିଥିଲି |ତେଣୁ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଗାଡିରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ସେବା ବ୍ରହ୍ମପୁରରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ମିଳିବ ବୋଲି ଜାଣି ମୁଁ ବେଶ ଆନନ୍ଦିତ ସେ କହିଛନ୍ତି |
ଏହି କାର୍ଯ୍ୟ ସାରା ରାଜ୍ୟରେ ଆରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି |କୋଭିଡ ସଂକ୍ରମଣ କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଘର ଘର ବୁଲି ପରୀକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି |