ପଶ୍ଚିମବଙ୍ଗ: ଦେଶରେ କରୋନା ମହାମାରୀ ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି ।ଦୈନିକ ଲକ୍ଷେ ସଂକ୍ରମିତ ସଂଖ୍ୟା ସାମ୍ନାକୁ ଆସୁଥିବା ସମୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଆଉ ଏହି ସମୟରେ ପଶ୍ଚିମବଙ୍ଗରୁ ଆସିଛି ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି ।
ସୂଚନା ଅନୁଯାୟୀ, ସେ କରୋନାରେ ସଂକ୍ରମିତ ହେବା ପରେ କୋଲକତା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ ।ତେବେ ଚିକିତ୍ସା ଅବସ୍ଥାରେ ହଠାତ୍ ଆଜି ତାଙ୍କର ପରଲୋକ ହୋଇଛି । ଏନେଇ ପୁରା ପଶ୍ଚିମବଙ୍ଗରେ ବିଷାଦର ଛାୟା ଖେଳିଯାଇଛି ।