Odia News Portal

ସ୍ପୁଟନିକ ଟିକାର ଦର ଘୋଷଣା

ନୂଆଦିଲ୍ଲୀ: ମେଡ୍ ଇନ୍ ରୁଷିଆ ଟିକା ସ୍ପୁଟନିକ ଭିର ଦାମ ଘୋଷଣା ହୋଇଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି। ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ଏଥିରେ ୫ ପ୍ରତିଶତ ଜିଏସଟି ମିଶାଇଲେ ଏହି ଦର ୯୯୫ ଟଙ୍କା ହେବ ବୋଲି କମ୍ପାନୀ ଘୋଷଣା କରିଛି। ହାଇଦ୍ରାବାଦରେ ପାଇଲଟ ପ୍ରୋଜେକ୍ଚ ଭାବରେ ଏହି ଟିକା ଦିଆଯାଇଥିବା ସୂଚନା ରହିଛି।

ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି। ଦେଶରେ କୋଭିଶିଲ୍ଟ, କୋଭାକ୍ସିନ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି। ଏହି ଟିକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ରୁଷିଆର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ଏହି ଟିକା ସବୁଠୁ ପ୍ରଭାବଶାଳୀ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ରହିଛି ବୋଲି ଗତବର୍ଷ ନଭେମ୍ୱର ୧୪ରେ ରୁଷିଆ ସରକାର କହିଥିଲେ। ଆଉ ଏହା ବିଶ୍ଵର ପ୍ରଥମ କରୋନା ଟିକା।