ଜୟପୁର : ନିଶା ହେଲା କାଳ । ମଦ ନିଶାରେ ସ୍ତ୍ରୀ ଓ ପୁଅକୁ ହତ୍ୟା । କୋରାପୁଟ ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ ଜଣେ ବ୍ୟକ୍ତି ରଚିଛନ୍ତି ଏପରି ବର୍ବର କାଣ୍ଡ। ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀ ଏବଂ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି।ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।ଗ୍ରାମବାସୀ ସମ୍ପୃକ୍ତ ସ୍ୱାମୀଙ୍କୁ ବାନ୍ଧି ରଖି ବିସିଂହପୁର ପୋଲିସକୁ ଖବର ଦେଇଥିବା ଜଣା ପଡ଼ିଛି। ମୃତ ମହିଳା ହେଲେ ଡମୁଣି ମୁଦୁଲି ଏବଂ ମୃତ ପୃତ୍ର ପବୁଲୁ ମୁଦୁଲି ।
ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ପୋଲିସ କାବୁ କରି ଥାନାକୁ ନେଇଛି । ଏହାସହ ସାଇଣ୍ଟିଟିଫିକ ଟିମ୍ କୁ ଖବର ଦିଆଯାଇଛି । ଏହାସହ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ ହୋଇଥିବା ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।