ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନ । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ ।ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଅ ।ସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଅ ।ତ୍ମ ସମର୍ପଣ କରିଛନ୍ତି ।
କରୋନା ଭୟ ହେଉ କି ଅନ୍ୟ କୌଣସି କାରଣ । ଅ ।ଜି ବସ୍ତର ଅ ।ଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଅ ।ତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଅ । କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଅ ।ଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଅ ।ତ୍ମସମର୍ପଣ କରିଛନ୍ତି ।
ଦୁଇ ମାଓବାଦୀଙ୍କ କରୋନା ଟେଷ୍ଟ ପଜିଟିଭି ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାୟର ହୋଇଛି । ତଥାପି ମାଓ ଦମ୍ପତ୍ତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମାନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଅ ।ଯିବ ବୋଲି ପ୍ରକାଶ କରିଛନ୍ତି ବସ୍ତର ଅ ।ଇଜି ।