Odia News Portal

ରାଜ୍ୟରେ ବଢିବ ଆଇସିୟୁ ବେଡ୍‌ ସଂଖ୍ୟା

ଭୁବନେଶ୍ୱର :ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ, କିନ୍ତୁ ଆଇସିୟୁ ବେଡ଼ ବଢିବ । କରୋନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ୍ ସେକ୍ଟରରେ ଆଇସିୟୁ ଆଛି ତାକୁ ବ୍ୟବହାର କରାଯାଉଛି । ଗ୍ୟାସ୍ ମ୍ୟାନୁଫଲ ସିଷ୍ଟମ୍ ଲାଗି ଆଇସିୟୁ ବେଡ଼ ବଢାଇବା ସମୟ ସାପେକ୍ଷ। ସେଥିପାଇଁ ଆଇସିୟୁ ଜାଗାରେ HDU ବେଡ୍ ବଢାଇବା ପାଇଁ ଚେଷ୍ଟା କରୁଛୁ ।

ସେହିପରି ଅକ୍ସିଜେନ୍ ସୁବିଧା ଥିବା ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛୁ । ସଂକ୍ରମଣ ଯେଉଁଭଳି ବଢ଼ୁଥିଲା ଏବଂ ଯାହା ଅନୁମାନ କରାଯାଉଥିଲା ଆମେ ତାହା ଠୁ ବହୁତ ତଳେ ଏବେ ଅଛୁ। ଲୋକ ହିସାବ କରିଥିଲେ ଆମର ଦେଢ଼ ଲକ୍ଷ ପାଖାପାଖି ଆକ୍ଟିଭ କେସ ଆସିବ ବୋଲି ମାତ୍ର ବର୍ତ୍ତମାନ ଆମେ ଲକ୍ଷେ ତଳେ ରହିଛେ। ରାଜ୍ୟରେ ଦୈନିକ ସଂକ୍ରମଣ ବି ନିୟନ୍ତ୍ରଣାଧୀନ ରହିଛ। ଆମ ରାଜ୍ୟ ଅନ୍ୟ ରାଜ୍ୟ ଭଳି ଅତ୍ୟଧିକ ଭୟଙ୍କର ସ୍ଥିତିକୁ ଯାଇନି। ଯାହା ଯାହା ସରକାର ପଦକ୍ଷେପ ନେଇଛନ୍ତି ଏବଂ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ଚାଲିଛି ସେଥିରୁ କିଛି ପରିମାଣରେ ଫଳ ମିଳୁଥିବାର ଜଣାପଡୁଛି। ତଥାପି ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।