Odia News Portal

ଆସୁଛି ୨୦୨୧ର ପ୍ରଥମ ବାତ୍ୟା

ନୂଆଦିଲ୍ଲୀ ୨୦୨୧ର ପ୍ରଥମ ବାତ୍ୟା ଆରବ ସାଗରରେ ସୃଷ୍ଟି ହେବା ନେଇ ଅ ।କଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଅ ।ରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ସକାଳ ସୁଦ୍ଧା ଲଘୁ·ପରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ ଏବଂ ମେ ୧୬ ତାରିଖ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ତାହାର ନାମ ରଖଜିବା ତଉକତେ । ମିଆଁମାର ପକ୍ଷରୁ ଏହି ନାମକରଣ କରାଯାଇଛି ।


ଯଦି ଦେଖାଯାଏ ତେବେ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ । ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ସାମୁଦ୍ରିକ ଝଡର ପ୍ରଭାବ ଦେଖିବାକୁ ମିଳିବ । ବାତ୍ୟା ପ୍ରଭାବରେ ଏହି ସବୁ ରାଜ୍ୟଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦିଅ ।ଯାଇଛି । ତେବେ ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ରହିବ କି ରହିବାର ସମ୍ଭବନା ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଅ ।ଯାଇ ନାହିଁ । ତେବେ ଅ ।ଗାମୀ ଦିନେ ୨ ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ । ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ଝଡ ଲଘୁଚା ପରେ ପରିଣତ ହେବା ଅ ।ଶଙ୍କା ରହିଛି । ତେବେ ପାଣିପାଗ ବିଭାଗ ଅ ।କଳନ ଅନୁଯାୟୀ ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଲାକ୍ଷାଦ୍ୱୀପରୁ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରିବାର ସମ୍ଭାବନା ରହିଛି । ପରେ ମେ ୧୬ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।


ସମ୍ଭାବିତ ବାତ୍ୟାକୁ ନଜରରେ ରଖି ସମୁଦ୍ରକୂଳବର୍ତ୍ତୀ ରାଜ୍ୟଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଶୁକ୍ରବାର ଠାରୁ ସମୁଦ୍ର ମଧ୍ୟକୁ ନଯିବାକୁ ଚେତାବନୀ ଦିଅ ।ଯାଇଛି । ଏହା ସହିତ ପୂର୍ବରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ବୁଧବାର ସୁଦ୍ଧା ତୁରନ୍ତ ଫେରି ଅ ।ସିବାକୁ ନିର୍ଦେଶ ଦିଅ ।ଯାଇଛି ୟ ଗୁରୁବାର ଠାରୁ ଲାକ୍ଷାଦ୍ୱୀପ ଏବଂ ଏହାର ଅ ।ଖପାଖ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ୬୦ର ୮୦ କିମି ଯାଏଁ ପବନ ବହିପାରେ । କେରଳ, ଗୋଅ ।, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କୂଳବର୍ତ୍ତୀ ଅଞ୍ଚଳଗୁଡିକରେ ରବିବାର ଯାଏଁ ପବନ ବହିବାର ସମ୍ଭାବନା ରହିଛି ।