କଲିକତା: ୭୭ ବିଧାୟକଙ୍କୁ ସୁରକ୍ଷା ଦେବେ ସେନା । ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି,ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ ପଶ୍ଚିମବଙ୍ଗରେ ମୋଟ ୭୧ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ସର୍ବନିମ୍ନ ‘ଏକ୍ସ’ ଶ୍ରେଣୀଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ ।
ଏହାସହ ସେମାନଙ୍କ ସରକାରୀ ବାସଭବନ ନିକଟରେ ସିଆଇଏସଏଫ୍ ର କମାଣ୍ଡର ସ୍ଥରୀୟ ଯବାନଙ୍କୁ ନିଯୁକ୍ତ କରାଯିବ । ଅନ୍ୟ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା କିମ୍ବା ୱାଇ+ ସୁରକ୍ଷା ଯୋଗାଇ ଦିଆଯିବ ।ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ ବିଜେପି ବିଧାୟକଙ୍କୁ ଅର୍ଦ୍ଧ ସାମରିକବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସର ସଶସ୍ତ୍ର କମାଣ୍ଡର ମାନେ ସୁରକ୍ଷା ଯୋଗାଇବେ ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଦେଖାଦେଇଥିବା ହିଂସା କୁ ନଜରରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି ।