ଦେବଗଡ: ଦେବଗଡ ଜିଲ୍ଲା ରେ ଦିନକୁ ଦିନ କରୋନାର ବର୍ଦ୍ଧିତ ପ୍ରଭାବ ଦେଖିବାକୁ ମିଳିଛି। କରୋନାର ଏହି ବର୍ଦ୍ଧିତ ପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେବଗଡ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏନେଇ ଜିଲ୍ଲା ର ରିଆମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।
ରିଆମାଳ ବ୍ଲକ ଅନ୍ତର୍ଗତ ଖଇରପାଲି, ପଳଶମା ଓ ତିମୁର ଗ୍ରାମକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଗ୍ରାମଗୁଡ଼ିକୁ ବ୍ୟାରି କେଟିଂ କରାଯାଇ ଚାରିକଡରୁ ସିଲ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେହିଭଳି ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ସମସ୍ତଙ୍କୁ ନିୟମକୁ ମାନିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି କେହି ନିୟମ ନମାନନ୍ତି, ତେବେ ସେମାନଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।