Odia News Portal

ଜୁନ ୧ ସୁଦ୍ଧା କେରଳ ଉପକୂଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଉପକୂଳ ଛୁଇଁବ ମୌସୁମୀ। ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।  ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରାଜୀବନ କହିଛନ୍ତି, ‘ଅନୁମାନ କରାଯାଉଛି ୧ ଜୁନ୍‌ ସୁଦ୍ଧା କେରଳ ଛୁଁଇପାରେ ମୌସୁମୀ। ଏହା ବର୍ତ୍ତମାନର ସଂକେତ। ଆଇଏମଡି ପକ୍ଷରୁ ମୌସୁମୀକୁ ନେଇ ଅଧିକାରୀକ ସୂଚନା ମେ ୧୫କୁ ଆସିବାକୁ ଥିବା ବେଳେ ବର୍ଷାକୁ ୩୧ ମେ’ରେ ସୂଚନା ମିଳିବ।’ 

ତେବେ ପ୍ରାରମ୍ଭିକ ବିଶ୍ଳେଷଣ ଅନୁସାରେ ୧ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ସଂକେତ ମିଳୁଛି ବୋଲି ​‌ସେ କହିଛନ୍ତି । ଏହା ପୂର୍ବରୁ ୧୬ ଏପ୍ରିଲ୍‌ରେ ଚଳିତବର୍ଷ ୯୮ ପ୍ରତିଶତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।  ବର୍ଷାକୁ ନେଇ କରାଯାଇଥିବା ଅନୁମାନ ଅନୁସାରେ ଏହା ୫ ପ୍ରତିଶତ କମ-ବେଶୀ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।