Odia News Portal

ଥମୁନି ସଂକ୍ରମଣ: ରାଜ୍ୟରେ ୯୮୮୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣର ମାତ୍ରା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୨୭୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୧୩୭ ଓ କଟକରୁ ୭୯୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ,ଅନୁଗୁଳରୁ ୪୪୩ଜଣ, ଭଦ୍ରକ ଜିଲ୍ଲାରୁ ୫୨ଜଣ, ବାଲଙ୍ଗୀର ଜିଲ୍ଲାରୁ ୩୨୬ଜଣ, ବୌଦ୍ଧ ଜିଲ୍ଲାରୁ ୧୨୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୧୪ଜଣ, କନ୍ଧମାଳ ଜିଲ୍ଲାରୁ ୫୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୦ଜଣ, ଗଜପତି ଜିଲ୍ଲାରୁ ୧୧୭ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୦ଜଣ, ଯାଜପୁର ଜିଲ୍ଲାରୁ ୨୮୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୬ଜଣ,ବାଲେଶ୍ୱର ଜିଲ୍ଲାରୁ ୧୫୧ଜଣ, ବରଗଡ଼ ଜିଲ୍ଲାରୁ ୪୮୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝର ଜିଲ୍ଲାରୁ ୧୯୫ଜଣ, କୋରାପୁଟ ଜିଲ୍ଲାରୁ ୯୪ଜଣ, ମାଲକାନଗିରି ଜିଲ୍ଲାରୁ ୮୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧୪ଜଣ, ନୟାଗଡ଼ ଜିଲ୍ଲାରୁ ୨୨୩ଜଣ, ନୂଆପଡ଼ା ଜିଲ୍ଲାରୁ ୩୩୫ଜଣ, ପୁରୀ ଜିଲ୍ଲାରୁ ୪୩୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୪୭୦ଜଣ, ସୋନପୁର ଜିଲ୍ଲାରୁ ୧୫୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୪୯ଜଣ ରହିଛନ୍ତି ।