Odia News Portal

ରମଜାନ ଉପଲକ୍ଷେ ଉମ୍ମିଦ୍ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡ଼ା: ପବିତ୍ର ରମଜାନ ମାସ ଉପଲକ୍ଷେ କେନ୍ଦ୍ରାପଡ଼ା ସହରରେ ଉମ୍ମିଦ୍ ଏନଜିଓ ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ସଂଘର ସଦସ୍ୟ ମାନଙ୍କ ନିଜ ପାଣ୍ଠି ରୁ ଆୟୋଜନ କରି ବଣ୍ଟନ କରୁଛନ୍ତି | ରାସନ କିଟ କର୍ମକର୍ତ୍ତା ମାନଙ୍କ ତରଫରୁ କେନ୍ଦ୍ରାପଡ଼ା ମୁନିସିପାଲିଟି ର ୱାର୍ଡ 14,15,16 ଓ 17 ରେ ଏହି ପରି ରାସନ କିଟ, ଯେଉଁଥିରେ : ଚୁଡ଼ା ,ଚିନି, ଡାଲି , ମଟର, ସୋଲା ,ବିସ୍କୁଟ ଆଦି ଅତି ଜରୁରୀ ଆବଶ୍ୟକ ସାମଗ୍ରୀ ଅସହାୟ ମାନଙ୍କୁ ବଣ୍ଟନ କରାଯାଇଥିଲା ବୋଲି ଉମ୍ମିଦ୍ ଦଳର ମୁଖ୍ୟ ରୋହିନା ପରଭିନ ପ୍ରକାଶ କରିଛନ୍ତି | ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସଂଜୀଦା ପରଭିନ, ହମିଦ ବେଗମ,ଶେଖ ସୋହେଲ, ଦାନିଶ ରଫତାର,ଫରିନା ପରଭିନ, ସାହିଲ ଅଖତର, ତନଭିର ରୁକସାର ବେଗମ ଆଦି ସହଯୋଗ କରିଥିଲେ |