Odia News Portal

କରୋନା ଭୟର ହୃଦୟ ବିଦାରକ ଦୃଶ୍ୟ

– ଆମ୍ବୁଲାନ୍ସ ରେ ପ୍ରସୂତି କଲେ ଯମଜ ସନ୍ତାନ
– କୋଭିଡ ଟେଷ୍ଟ ହୋଇନି ବୋଲି ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଛୁଇଁଲେନି
– ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଦୁଈ ଘଣ୍ଟା ପଡିରହିଲେ

ମାଲକାନଗିରି: ମହାମାରୀ କରୋନା ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ରେ ସମଗ୍ର ଦେଶବାସୀ ଭୟରେ ଆତଙ୍କିତ ହୋଇପଡିଛନ୍ତି । ଭୟରେ ମଣିଷ ମଣିଷକୁ ମଧ୍ୟ ଛୁଇଁବାକୁ ଡରି ଶେଷରେ ମାନବିକତା ହରାଇ ବସୁଛନ୍ତି।ଏପରି ଏକ ଘଟଣା ଘଟିଛି  ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ। 

ଖବର ରୁ ଜଣାପଡିଛି ମାଲକାନଗିରି ସଦର ମହକୁମା କୁମୁଟିଗୁଡା ୧୦ ନମ୍ବର ୱାଡ଼ ର ସୁରେନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ପଦ୍ମା ମୁଦୁଲି  ଗର୍ଭ ଯନ୍ତ୍ରଣା ସହ୍ୟ କରିନପାରି ଆମ୍ବୁଲାନ୍ସ ରେ ମେଡିକେଲ ଯିବା ବାଟରେ ପ୍ରସୂତି କରିଥିଲେ ଯମଜ ସନ୍ତାନ। ଆମ୍ବୁଲାନ୍ସ ଟି ମେଡିକାଲରେ ପହଞ୍ଚିବାରେ ପରେ ମହିଳାଙ୍କ କୋଭିଡ ଟେଷ୍ଟ କରାଯାଇନଥିବାରୁ ଡିୟୁଟିରେ ଥିବା ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଗର୍ଭବତୀ ମହିଳା ଓ ନବଜାତ ଶିଶୁକୁ ଛୁଇଁନଥିଲେ। ଦୀର୍ଘ ୩ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ପଡି ରହିଥିଲେ ଗର୍ଭବତୀ ମହିଳା ଓ ନବଜାତ ଦୁଇଟି ଶିଶୁ। ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବାପରେ ନିଦ ଭାଙ୍ଗିଲା ସ୍ୱାସ୍ଥ୍ୟ ବିଭାଗର।

ଖବର ପାଇ ଏଡିଏମଓ ଘଟଣା ସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ଉଭୟ ଗର୍ଭବତୀ ମହିଳା ଓ ଦୁଇ ଶିଶୁକୁ ମେଡିକାଲ ଭିତରକୁ ନିଆଯାଇଥିଲା ଓ କୋଭିଡ ଟେଷ୍ଟ କରିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଦୀର୍ଘ ସମୟ ଧରି ମହିଳା ଓ ଦୁଇ ଶିଶୁକୁ ବାହାରେ ଅଟକାଇ ରଖିଥବା ନର୍ସ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।