ନୂଆଦିଲ୍ଲୀ: ‘ଗଭର୍ଣ୍ଣମେଣ୍ଟ୍ ଅଫ୍ ନ୍ୟାସ୍ନାଲ୍ କ୍ୟାପିଟାଲ୍ ଟେରିଟୋରି ଅଫ୍ ଦିଲ୍ଲୀ ଆକ୍ଟ୍ ୨୦୨୧’ ସଂଶୋଧନ ହୋଇଛି । କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଏହି କେନ୍ଦ୍ରଶାସିତ ଅଞ୍ଚଳର ‘ସରକାର’ ହେଲେ ‘ଉପରାଜ୍ୟପାଳ’।
ଜାତୀୟ ସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଜାରି କରିଥିବା ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ବିଜ୍ଞାପିତ ହୋଇଥିବା ଦିଲ୍ଲୀର ‘ଏନ୍ସିଟି’ ସରକାରର ସଂଶୋଧିତ ଆକ୍ଟ୍ ୨୦୨୧ ଏପ୍ରିଲ୍ ୨୭ ତାରିଖରୁ ଲାଗୁ ହୋଇଛି। ଏବେ ଦିଲ୍ଲୀର ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଏ।
ପ୍ରକାରାନ୍ତରେ କହିବାକୁ ଗଲେ, କେନ୍ଦ୍ରର ପ୍ରତିନିଧି ତଥା ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ୍ଙ୍କର କ୍ଷମତା ଏବେ ‘ଏନ୍ସିଟି’ର ନିର୍ବାଚିତ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଠାରୁ ଅଧିକ।