Odia News Portal

ଗଞ୍ଜାମ ସହରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ବ୍ୟବସାୟୀ ଏବଂ ବୁଲାବିକାଳୀ ସଂଘ ଏହି ନିଷ୍ପତ୍ତି ନେଇଛି । ଆଜିଠାରୁ ମେ ମାସ ୯ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତିକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମର୍ଥନ କରିବା ସହିତ ପ୍ରଶଂସା କରିଛନ୍ତି । ସମସ୍ତେ ଏଭଳି ଏକ ପଦକ୍ଷେପକୁ ସମର୍ଥନ କରିବା ପାଇଁ ସେ ଅପିଲ୍ କରିଛନ୍ତି ।

ଏଣେ ବ୍ରହ୍ମପୁରର ବ୍ୟବସାୟିକ ପେଣ୍ଠସ୍ଥଳୀ ବଡବଜାରର ଦୋକାନ ବଜାର ବି ଦିନ ୨ଟା ପରେ ବନ୍ଦ ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶୀବେହେରା ସାହି ବ୍ୟବସାୟ ସଂଘ ଏହି ନିଷ୍ପତ୍ତି ନେଇଛି । ୧୭ ଦିନ ପର୍ଯ୍ୟନ୍ତ ଦିନ ୨ଟାରୁ ସକାଳ ୫ଟା ଯାଏଁ ବଜାର ବନ୍ଦ ରହିବ ।