ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ମଉଡମଣି ମନୋଜ ଦାସଙ୍କର ଆଜି ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀ ସ୍ଥିତ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତରେ ରାଜ୍ୟ ତଥା ଦେଶର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଓ ଇଂରାଜୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅଗାଢ ପାଣ୍ଡିତ୍ୟ ଥିଲା । ଅସୁସ୍ଥତାର କାରଣରୁ ଦୀର୍ଘ ୮ ମାସ ଧରି ପୁଡୁଚେରୀରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଥିଲା । ଡାକ୍ତରମାନେ ଶତଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟପାଳ ଗଣେଣିଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ପୁଡୁଚେରୀ ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଡୁଚେରୀ ଯିବେ ।
ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି । ଓଡ଼ିଆ ଓ ଇଂରାଜୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅଗାଢ ପାଣ୍ଡିତ୍ୟ ଥିଲା । ଦୀର୍ଘ ୮ ମାସ ଧରି ପୁଡୁଚେରୀରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଥିଲା ।
୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମନୋଜ ଦାସ ପଦ୍ମଶ୍ରୀ (୨୦୦୧) ଓ ପଦ୍ମଭୂଷଣ ସମ୍ମାନ (୨୦୨୦)ରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁୀରସ୍କାର (୧୯୬୫ ଓ ୧୯୮୭), କେନ୍ଦ୍ର ସାହିତ୍ୟ ଏକାଡେମୀ (୧୯୭୨), ସରସ୍ୱତୀ ସମ୍ମାନ (୨୦୦୦) , ସାରଳା ପୁରସ୍କାର (୧୯୮୬), ସାହିତ୍ୟ ଭାରତୀ ପୁରସ୍କାର (୧୯୯୫), ଶ୍ରେଷ୍ଠ କାହାଣୀ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୦୧), କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପି (୨୦୦୬), ଅତିବଡି ଜଗନ୍ନାଥ ଦାସ ପୁରସ୍କାର (୨୦୦୭), ଏନ୍ଟିଆର ଲିଟେରାରୀ ପୁରସ୍କାର (୨୦୧୩) ପ୍ରମୁଖ ସାମିଲ । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକାଧିକ ଗଳ୍ପ, ଉପନ୍ୟାସ ଲେଖିଛନ୍ତି । ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ସ୍ରଷ୍ଟା ଥିଲେ ।
ମନୋଜ ଦାସ ପଦ୍ମଶ୍ରୀ (୨୦୦୧) ଓ ପଦ୍ମଭୂଷଣ ସମ୍ମାନ (୨୦୨୦)ରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ୱତୀ ପୁରସ୍କାର ପାଇଥିଲେ ।
୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଓଡ଼ିଶାର ଜନମାନସରେ କୌଣସି ପରିଚୟର ଅପେକ୍ଷା ରଖନ୍ତି ନାହିଁ।କେବଳ ତାଙ୍କର ନାମ ହିଁ ଯଥେଷ୍ଟ।ଦୀର୍ଘବର୍ଷଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ପ୍ରଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।
ତାଙ୍କ ପିତା ମଧୁସୂଦନ ଦାସ ବ୍ରିଟିଶ ସରକାରୀ ଅଧୀନରେ କାର୍ଯ୍ୟ କରିଥିଲେ । ସେ ଶୀଘ୍ର ଲେଖିବା ଅ ।ରମ୍ଭ କରିଥିଲେ । ସେ ଯେବେଳେ ହାଇସ୍କୁଲରେ ପଢୁଥିଲେ ତାଙ୍କର ଓଡିଆରେ ପ୍ରଥମ କବିତା ପୁସ୍ତକ ‘ସତ୍ୟଭଦିରା ଆର୍ତନାଦ’ ୧୯୪୯ ପ୍ରକାଶିତ ହୋଇଥିଲା । ସେ ୧୯୫୦ ମସିହାରେ ‘ଦିଗନ୍ତ’ ନାମକ ଏକ ସାହିତ୍ୟ ପତ୍ରିକା ଉନ୍ମୋଚନ କରିଥିଲେ । ସେ ୧୯୫୧ ମସିହାରେ ଉଚ୍ଚ ବିଦ୍ୟାଳୟ ସ୍ନାତକ କରିଥିଲେ । ସେ କଟକ କଲେଜରେ ବିଏ ପଢ଼ୁଥିବାବେଳେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଦ୍ୱାରା କ୍ଷୁଦ୍ର ଗଳ୍ପ ‘ସମୁଦ୍ରର କ୍ଷୁଧା’ ସେହିପରି ଉନ୍ମୋଚନ ହୋଇଥିଲା । ୧୯୫୯ ମସିହାରେ ସେ ଇଣ୍ଡୋନେସିଅ ।ର ବାନ୍ଦଙ୍ଗରେ ଅନୁଷ୍ଠିତ ଅ ।ଫ୍ରୋ-ଏସିଆନ ଛାତ୍ର ସମ୍ମିଳନୀରେ ପ୍ରତିନିଧି ଥିଲେ । ସେ କଟକରୁ ଡିଗ୍ରୀ ସମାପ୍ତ କରିନଥିଲେ । ଶେଷରେ ୧୯୫୫ ମସିହାରେ ପୁରୀର ସାମନ୍ତ ଚନ୍ଦ୍ର ଶେଖର କଲେଜରୁ ସ୍ନାତକ ହାସଲ କରିଥିଲେ । ସେ କଲେଜ ସମୟରୁ ହିଁ ବିଭିନ୍ନ ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ଭ୍ରମଣ କାହାଣୀ, କବିତା, ଇତିହାସ ଓ ସଂସ୍କୃତି ବିଷୟରେ ଲେଖିବା ଆରମ୍ଭ କରିଦେଇଥିଲେ ।
ତାଙ୍କର ଉପନ୍ୟାସ ମଧ୍ୟରେ ପ୍ରଭଞ୍ଜନ, ଗୋଧୂଳିର ବାଘ, ଅମୃତ ଫଳ, କନକ-ଉପତ୍ୟକାର କାହାଣୀ, ଶେଷ ତାନ୍ତ୍ରିକର ସନ୍ଧାନରେ, ସାଇକ୍ଲୋନ୍ସ, ଆକାଶ ଇସାରା, ତନ୍ଦ୍ରଲୋକର ପ୍ରହରୀ ପ୍ରମୁଖ ରହିଥିବାବେଳେ କ୍ଷୁଦ୍ର ଗଳ୍ପ ମଧ୍ୟରେ ଆବୁ ପୁରୁଷ, ମନୋଜ ଦାସ କଥା ଓ କାହାଣୀ, ଅବଲୋକରା କାହାଣୀ, ଅରଣ୍ୟ ଉଲ୍ଲାସ, ଲକ୍ଷ୍ମୀର ଅଭିସରା ରହିଛି । ଭ୍ରମଣକାହାଣୀ ମଧ୍ୟରେ ଅଦୂର ବିଦେଶ, ଦୂର-ଦୂରନ୍ତ, କେତେ ଦିଗନ୍ତ (ଭାଗ ୧ ଓ ୨), କବିତା ତୁମ ଗାଁ ଓ ଅନ୍ୟାନ୍ୟ କବିତା, ଇତିହାସ ଓ ସଂସ୍କୃତି ମଧ୍ୟରେ ଭାରତର ଐତିହ୍ୟ : ସତେକ ପ୍ରଶ୍ନର ଉତ୍ତର, ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ଜିଜ୍ଞାସା ପ୍ରମୁଖ ରହିଛି ।