Odia News Portal

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ

ଭୁବନେଶ୍ୱର :   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌.ଜି.ଏମ୍‌ ମିନେରାଲ୍‌ସ୍‌ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପଙ୍କଜଲୋଚନ ମହାନ୍ତିଙ୍କଠାରୁ ଏହି ରାଶିର ଚେକ୍‌ଗ୍ରହଣ କରିଛନ୍ତି ।

ଚେକ୍‌ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜ୍ୟସରକାରଙ୍କ ସମୟୋପଯୋଗୀ ଓ ସକ୍ରିୟ କୋଭିଡ୍‌ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍‌ ମହାମାରୀ ସ୍ଥିତି ନିୟନ୍ତ୍ରିଣାଧିନ ରହିଛି । ଜନସାଧାରଣଙ୍କ ସହଯୋଗରେ ଏହା ପୂର୍ଣ୍ଣ ସଫଳ ହେବ । ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୂପାଳନ ଓ  ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥଲେ ।