Odia News Portal

ଭାରତକୁ ଅକ୍ସିଜେନ ସହାୟତା ଦେବ ଗୁଗଲ୍,ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଭୂତାଣୁର ପ୍ରକୋପ ଏତେ ମାତ୍ରା ବଢିଯାଇଛି ଯେ, ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡୁଛି । ଯେମିତି ଲାଗୁଛି ଦୁଃଖର ପାହାଡ ଉପରେ ଛିଡା ହୋଇଛି ଭାରତ । ଏହାରି ଭିତରେ ସହଯୋଗର ହାତ ବଢାଉଛନ୍ତି ବଡ ବଡ ଦେଶ । ତେବେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଗୁଗଲ୍ ଭଳି କମ୍ପାନୀ । ସଂକଟ ସମୟରେ ୧୩୫ କୋଟିର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି ଗୁଗଲ୍ । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଟ୍ୱିଟ କରି ଏକଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତର ବିପତ୍ତି ସମୟରେ ଆମେ ଛିଡା ହେବାକୁ ନିଷ୍ପତ୍ତି ନେଇଛୁ । ‘ଗିଭ୍ ଇଣ୍ଡିଆ’ ଓ ‘ୟୁନିସେଫ’ ଜରିଆରେ ଏହି ଆର୍ଥିକ ସହାୟତା ଭାରତକୁ ପ୍ରଦାନ କରାଯିବ । ଏହି ସହାୟତା ଦ୍ୱାରା ଅନକ ଲୋକ ଉପକୃତ ହୋଇପାରିବେ ।

କରୋନା କାଳରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଯୋଗାଇ ଦିଆଯିବ ଏହି ସହାୟତା । ସେହିଭଳି ଭାରତକୁ ସହଯୋଗ କରିବାକୁ ସତ୍ୟ ନାଦେଲାଙ୍କ ଘୋଷଣା । ଅକ୍ସିଜେନ ସରଞ୍ଜାମ କିଣିବାକୁ ସହାୟତା ଦେବ ମାଇକ୍ରୋସଫ୍ଟ କମ୍ପାନି | ଏହା ବାଦ୍ ୟୁନିସେଫ ଜରିଆରେ ଅକ୍ସିଜେନ୍ ଏବଂ ମେଡିକାଲ ଟେଷ୍ଟିଂ ଉପକରଣ ବି ଯୋଗାଇ ଦିଆଯିବ । ଗୁଗଲ ପ୍ରତିଟି କର୍ମଚାରୀ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗିପଡିଛନ୍ତି । ଏଯାବତ୍ ୯୦୦ କର୍ମଚାରୀ ୩.୭ କୋଟି ଟଙ୍କା ଫଣ୍ଡକୁ ଦେଇସାରିଲେଣି । ଏଇଠି କହିରଖୁଛୁ ଯେ, ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ନୂଅ। କେସ୍ ସାମ୍ନାକୁ ଆସିଛି । ଏ ସମସ୍ତ କେସ୍ ପ୍ରାୟତଃ ଲୋକାଲ ସଂକ୍ରମଣ । ପାଖାପାଖି ୨୮୦୦ ଲୋକଙ୍କ ଜୀବନ ନେଇଛି କିଲର ଭାଇରସ ।