ମାଲକାନଗିରି : ବିଶେଷ ସୂତ୍ରରୁ ଖବରପାଇ ମାଲକାନାଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି ପଞ୍ଚାୟତ ଅଧୀନସ୍ଥ କାମାଲିଗୁଡ଼ା ଗ୍ରାମ ନିକଟ ପୋଟରୁ ନଦୀ ନିକଟରେ ଚଢାଉ କରିଥାଲେ । ଚଢାଉ ରୁ ବନ ବିଭାଗ ୯ ଗୋଟି ଶାଗୁଆନ ଗଣ୍ଡୀ , ୩୪ ଗୋଟି ପିଆଶାଳ ପାଟ ଜବତ କରିପରିଥିଲେ । ଜବତ କାଠ ଗୁଡିକର ଆୟତନ ମୋଟ ୬୦ ଘନ ଫୁଟ୍ । ଜବତ କାଠର ବଜାର ମୂଲ୍ୟ ଆନୁମାନିକ ୨ଲକ୍ଷ ଟଙ୍କା ହେବା । ଘଟଣା ସ୍ଥଳରୁ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରାଖୀ ପଚରାଉଚରା ଜରିରହିଛି । ଘଟଣାର ସଂପୂର୍ଣ ତଥ୍ୟ ସଂଗ୍ରହ ଓ ମୁଖ୍ୟ ଆସାମୀଙ୍କୁ ଧରିବା ନିମନ୍ତେ ଅଧିକ ତଦନ୍ତ ଚାଲୁରଖିଛନ୍ତି । ବନବିଭାଗ ମାଲକାନଗିରି ଗୋଟିଏ ବନ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜରିରଖିଛି ।
ଗତ ୧୫ ଦିନ ମଧ୍ୟରେ ତମସା ନଦୀକୂଳ କାମାଲିଗୁଡ଼ା ଗ୍ରାମ ନିକଟରେ ଚଢାଉ କରି ବନ ବିଭାଗ ଦୁଇ ଟି ଟ୍ରକ ସହ ପ୍ରଚୁର ପରିମାଣର କାଠ ଜବତ କରିଛି , ଏହା ସହ ଚାରି ଜଣ ଆସାମୀଙ୍କୁ ମଧ୍ୟ କୋଟ ଚାଲାଣ କରାଯାଇଛି । ଆଜିର ଚଢାଉ , ଜବତ ଓ ପ୍ରାଥମିକ ତଦନ୍ତରେ କାମାଲିଗୁଡ଼ା ଗ୍ରାମବାସୀ ଓ ପୂର୍ବତନ ସରପଞ୍ଚ ମଧ୍ୟ ସହଯୋଗ କରିଥିଲେ । ଏହି ଚଢ଼ାଉରେ ପାର୍ଣ୍ଡ୍ରିପଣି ବନପାଳ ମୋହନ ଗୁଡ଼ିଆ , ଏମ୍ ଭି ୧୭ ବନପାଳ ଦିବାକର ଜେନା , କୋରୁକୋଣ୍ଡା ବନପାଳ ରାଜେଶ କୁମାର ସେଠୀଙ୍କ ସହ ସମସ୍ତ ବନରକ୍ଷୀ ଓ ସୁରକ୍ଷା ସ୍ୱାଡ ଅଂଶଗ୍ରହଣ କରିଥିଲେ ।