Odia News Portal

ଟିଏମସି ପ୍ରାର୍ଥୀଙ୍କ ଜୀବନ ନେଲା କରୋନା

ସାଂସଦ ବାବୁଲ ସୁପ୍ରିଓ ଦ୍ୱିତୀୟ ଥର ପଜିଟିଭ

କୋଲକାତା : ପଶ୍ଚିମବଙ୍ଗର ଟ୍ରିପଲ ଭାରିଆଂଟ ନେଉଛି ଜୀବନ । ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନରେ ପ୍ରାର୍ଥୀଙ୍କ ଜୀବନ ନେଉଛି କିଲର ଭାଇରସ । ଆଜି କରୋନାରେ ପୀଡିତ ହୋଇ ଟିଏମ୍ସି ପ୍ରାର୍ଥୀ କାଜଲ ସିହ୍ନାଙ୍କର ମୃତ୍ୟୁ ଘଟିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ଗତ ମାସରେ ଆରଏସ୍ପି ଓ କଂଗ୍ରେସ ପ୍ରାର୍ଥୀଙ୍କର ର ମଧ୍ୟ ମୃତ୍ୟୁ ଘଟିଥିଲା । ସେହିପରି ବିଜେପି ସାଂସଦ ବାବୁଲ୍ ସୁପ୍ରିଓ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଦ୍ୱିତୀୟଥର କରୋନା ପଜିଟିଭ୍ ହୋଇଛନ୍ତି ।

 ପଶ୍ଚିମବଙ୍ଗ ଖାରଦା ବିଧାନସଭା ନିର୍ବାଚନମଣ୍ଡଳିର ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ କାଜଲ ସିହ୍ନାଙ୍କର ରବିବାର ପରଲୋକ ହୋଇଛି। ୫୯ ବର୍ଷ ବୟସ୍କ ସିହ୍ନା ୨ ଦିନ ପୂର୍ବେ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଥିଲା। ସେ ବେଲିଆଘାଟ ଆଇଡି ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ଟିଏମସି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକଟ କରିଛନ୍ତି।

ଗତ ଏପ୍ରିଲ ୨୨ ତାରିଖ ଦିନ ଖରଦା ବିଧାନସଭା ନିର୍ବାଚନମଣ୍ଡଳି ଲାଗି ଭୋଟ ଗ୍ରହଣ ହୋଇଥିଲା। ତେବେ କେବଳ ସିହ୍ମା ନୁହଁନ୍ତି ଜାଙ୍ଗିପୁର ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି (ଆରଏସପି) ପ୍ରାର୍ଥୀ ପ୍ରଦୀପ କୁମାର ନନ୍ଦୀ, ସମସେରଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳିରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକ୍‌ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।   

କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ରବିବାର କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ସେ ଆସାନସୋଲରେ ଭୋଟ୍ ଦେବେ ନାହିଁ। ସେ ମାନସିକ ସ୍ତରରେ ଆସାନସୋଲ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସହ ରହିବେ ଏବଂ ଘରୁ ପରିସ୍ଥିତି ଉପରେ ନଜର ରଖିବେ ବୋଲି ସେ କହିଛନ୍ତି।