ଭୁବନେଶ୍ୱର: ଆଜି ୨୯ ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅମ୍ଲଜାନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ପଠାଯାଇଛି । ସ୍ୱତନ୍ତ୍ର ଅମ୍ଲଜାନ କରିଡ଼ରରେ ଏହି ଟ୍ୟାଙ୍କରଗୁଡ଼ିକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପଠାଯାଇଛି । ଆହୁରି ୮ଟି କଣ୍ଟେନର ଆଜି ରାତି ସୁଦ୍ଧା ପଠାଯିବ । ବିଭିନ୍ନ ରାଜ୍ୟରେ ଅମ୍ଲଜାନ ଅଭାବକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଓଡ଼ିଶାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଗଚ୍ଛିତ ଅକ୍ସିଜେନକୁ ସଂକ୍ରମିତ ରୋଗୀଙ୍କ ସୁରକ୍ଷା ପାଇଁ ପଠାଯାଉଛି ।
କୋଭିଡ୍ ଚିକିତ୍ସା କେନ୍ଦ୍ରରେ ବ୍ୟବହାର ପାଇଁ ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମହାମାରୀ କାଳରେ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଅ ।ବଶ୍ୟକ ହେଉଥିବା ଅକ୍ସିଜେନକୁ ଦୃଷ୍ଟିରେ ରଖି ଖାଲି ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ । ଠିକ୍ ସମୟରେ ଖାଲି ସିଲିଣ୍ଡରରେ ଅକ୍ସିଜେନ୍ ଭର୍ତି କରିବା ଏବଂ ଏହାର ପରିବହନର ତଦାରଖ ଦାୟିତ୍ୱ ଦେଖିବାକୁ ଜିଲ୍ଲାର ଡ୍ରଗ୍ ଇନ୍ସ୍ପେକ୍ଟର ମାନଙ୍କୁ ନିର୍ଦେଶ ଦିଅ ।ଯାଇଛି । ଅକ୍ସିଜେନ୍ ସିଲିଣ୍ଡର ପରିବହନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପାଣ୍ଠିରୁ ଖର୍ଚ୍ଚ କରିବାକୁ କୁହାଯାଇଛି ।
କରୋନା ଅ ।କ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଇଥିବା ରାଜ୍ୟଗୁଡିକୁ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଇ ସାରିଲାଣି ଓଡିଶା । ୧୫ଟି ଟ୍ୟାଙ୍କରରେ ବିଶାଖାପାଟଣା, ହାଇଦ୍ରାବାଦ, ଇନେ୍ଦାର, ପୁଣେ, ମୁମ୍ବାଇ ଓ ନାଗପୁର ଭଳି ସହରକୁ ଏସବୁ ଅକ୍ସିଜେନ୍ ପଠା ଯାଇଛି । ଏହାରି ଭିତରେ ଭାରତୀୟ ବାୟୁସେନାର ୩ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅ ।ସି ପହଂଚିଛି ।
ଶୁକ୍ରବାର ଦିନବେଳା ହାଇଦ୍ରାବାଦରୁ ଏକ ବିମାନରେ ଗୋଟିଏ ଖାଲି ଟାଙ୍କି ଧରି ଭୁବନେଶ୍ୱରରେ ପହଂଚିଥିଲା ପ୍ରଥମ ବିମାନ । ପରେ ଅ ।ଉଗୋଟିଏ ବିମାନରେ ୩ଟି ଖାଲି ଟାଙ୍କି ଅ ।ସିଥିଲା । ସେହିପରି ଶୁକ୍ରବାର ରାତି ସାଢେ ୮ଟାରେ ୪ଟି ଖାଲି ଟାଙ୍କି ଧରି ଅବତରଣ କରିଥିଲା ଭାରତୀୟ ବାୟୁସେନାର ଅ ।ଉଏକ ବିମାନ । ଓଡିଶାର ବିଭିନ୍ନ ପ୍ଲାଂଟରୁ ଅକ୍ସିଜେନ୍ ଭର୍ତି କରି ଏହି ଟାଙ୍କିଗୁଡିକ ସଡକପଥରେ ଫେରିଯିବ ବୋଲି ଜଣାପଡିଛି ।