Odia News Portal

ବବି କାହିଁକି ଲୋକପ୍ରିୟ, ପଢନ୍ତୁ

ଭୁବନେଶ୍ବର () ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, କେବଳ ନିଜ ନିର୍ବାଚନମଣ୍ଡଳୀ ନୁହେଁ, ପୂରା ରାଜ୍ୟରେ ଏବଂ ସବୁ ମହଲର ରାଜନୈତିକ ନେତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ତାଙ୍କ କାମ କରିବାର ଶୈଳୀ, ଦଳ ଓ ନେତାଙ୍କ ପ୍ରତି ଆନୁଗତ୍ୟ, ସବୁ ଶ୍ରେଣୀ ଓ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ଏବଂ ସର୍ବୋପରି ଦଳ ପାଇଁ କାମ କରିବାର ନିଷ୍ଠା ତାଙ୍କୁ ଏମିତି ଏକ ଶୀଖରରେ ପହଁଚାଇଛି, ଯେଉଁଠି ସେ ଏବେ କେବଳ ଜଣେ ନେତା ଭାବେ ବିବେଚିତ ହେଉନାହାଁନ୍ତି । ପ୍ରଣବ ପ୍ରକାଶ ଦାସ ଓରଫ ବବି କହିଲେ ଏକ ଅନୁଷ୍ଠାନ ।

ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଉଛି, ତାଙ୍କ ବାପା ସ୍ବର୍ଗତ ଅଶୋକ ଦାସଙ୍କୁ ସବୁ ଦଳ ଓ ସବୁ ବର୍ଗର ନେତା ମାନୁଥିଲେ ଓ ସମ୍ମାନ କରୁଥିଲେ । ଅଶୋକ ଦାସ ତାଙ୍କ ରାଜନୈତିକ କ୍ୟାରିୟରରେ ଯେଉଁ ଲୋକ ସମ୍ପର୍କ ସୃଷ୍ଟି କରିଥିଲେ, ପ୍ରଣବ ଆଜି ଯାଏଁ ସେ ସଂପର୍କକୁ ବଜାୟ ରଖିଛନ୍ତି । ଅଶୋକଙ୍କ ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା ଯେମିତି ସର୍ବପ୍ରଥମ ଥିଲା, ବବି ମଧ୍ୟ ସେହିଭଳି ନିଜ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପରିବାରକୁ ନିଜର ବୋଲି ଭାବନ୍ତି । ଯେଉଁଥିପାଇଁ ଜିଲ୍ଲାରେ ତାଙ୍କ ଠାରୁ କମ ବୟସର ନେତା ଓ ସାଧାରଣ ଲୋକଙ୍କ ପାଇଁ ସେ ବବି ଭାଇ, ସମ ବୟଷ୍କ ଏବଂ ବୟଷ୍କଙ୍କ ପାଇଁ ସେ ବବି । ନିଜ ନିର୍ବାଚନମଣ୍ଡଳୀରେ କୌଣସି ବ୍ୟକ୍ତି କିଛି ବି ସମସ୍ୟା ନେଇ ତାଙ୍କ ନିକଟକୁ ଆସିଲେ, ତୁରନ୍ତ ତାର ସମାଧାନ କରନ୍ତି । ବିଜୁ ପକ୍କାଘର ଠାରୁ ଆରମ୍ଭ କରି ଭତ୍ତା, କର୍ମ ନିଯୁକ୍ତି, ଉନ୍ନୟନମୂଳକ କାର୍ଯ୍ୟ ସବୁ କ୍ଷେତ୍ରରେ ତାଙ୍କ ନିର୍ବାଚନମଣ୍ଡଳୀ ସବୁବେଳେ ଆଗରେ ।

ସେହିପରି ତାଙ୍କ ବାବାଙ୍କ ଅମଳର ନେତାମାନେ ଏବେ ବିଭିନ୍ନ ଦଳରେ ବିଭିନ୍ନ ଉଚ୍ଚ ପଦପଦବୀରେ ଥିବା ବେଳେ ନିଜ ଦଳରେ ବି ବାବାଙ୍କ ବନ୍ଧୁ ବି ଅଛନ୍ତି । ସେ ସମସ୍ତଙ୍କୁ ସହ ବବି ବାପାଙ୍କ ବନ୍ଧୁ ଭଳି ସଂପର୍କ ରଖଛନ୍ତି । ଯେଉଁଥିପାଇଁ ଦଳରେ କୌଣସି କ୍ରାଇସିସ୍ ସୃଷ୍ଟି ହେଲେ, ବବିଙ୍କ ଉପରେ ସମାଧାନ ପାଇଁ ଦାୟିତ୍ବ ଛଡାଯାଏ । ଆଉ ସେ ନିଜର ଲୋକ ସଂପର୍କ ଏବଂ ଗ୍ରହଣୀୟତାରେ ତାର ସମାଧାନ ମଧ୍ୟ କରିଦେଇଥାନ୍ତି ।

ତାଙ୍କର ଆଉ ଗୋଟିଏ ସବୁଠାରୁ ବଡ ପ୍ଲସ ପଏଣ୍ଟ ହେଲା, ତାଙ୍କୁ ସୁପ୍ରିମୋ ଯେତେବେଳେ ଯେଉଁ କାମ ଦିଅନ୍ତି ସେ କେବେ ମନା କରନ୍ତି ନି । ତାଙ୍କ ଡିକ୍ସନାରୀରେ ନା ବୋଲି ଶବ୍ଦ ନାହିଁ । ଦଳ ପାଇଁ ସେ ଯେତିକି ପରିଶ୍ରମ କରୁଛନ୍ତି ସେମିତି ଦ୍ବିତୀୟ ବ୍ୟକ୍ତି ନାହାଁନ୍ତି । ରାତି ପାହିଲେ କୋରାପୁଟରେ ତ ସକାଳେ ପୁଣି ଭୁବନେଶ୍ବରରେ । ନେତାଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଛାଡିବା ସମୟରେ ସେ ସମୟ, ପୋଷାକ କି ଖାଦ୍ୟପେୟ ଭୁଲିଯାଆନ୍ତି । ସମୟେ ସମୟରେ ସଚିବାଳୟରୁ ସିଧାସଳଖ ମାଲକାନଗିରି କି ମୟୁରଭଂଜ ଯିବାର ମଧ୍ୟ ନଜିର ରହିଛି । ଯେଉଁଥିପାଇଁ ସେ ନିଜ ନେତା ଓ ଦଳର ସବୁ ବର୍ଗ ଓ ଶ୍ରେଣୀ ମଧ୍ୟରେ ଗ୍ରହଣୀୟ ଓ ଲୋକପ୍ରିୟ ହୋଇପାରିଛନ୍ତି ।