ରାଞ୍ଚି : ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ଅବ୍ୟାହତ ରଖିଛି । ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲି ଏଥର କମାଲ୍ କରିବା ଲକ୍ଷ୍ୟରେର ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଭଳି ସମୟରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ପରିବାରରେ ମହାମାରୀ ଆତଙ୍କ । ତାଙ୍କର ମାତା ପିତା ଉଭୟ କରୋନା ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଆ, ବାପା ଉଭୟଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା ।
ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଅ ।ଡମିଟ୍ କରାଯାଇଛି । ବର୍ତ୍ତମାନ ଅ ।ଇପିଏଲ ପାଇଁ ଧୋନୀ ମୁମ୍ୱାଇରେ ଅଛନ୍ତି । ପିତା ପାନ୍ ସିଂହ ସରକାରୀ ·କିରୀରୁ ଅବସର ପରେ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି । ଦେଶରେ ସ୍ଥିତି ସଂଗୀନ ହେଉଥିବାବେଳେ ଝାଡଖଣ୍ଡରେ ବି ଦୈନିକ ନୂଅ । ନୂଅ । କେସ୍ ସାମ୍ନାକୁ ଅ ।ସୁଛି ।