Odia News Portal

ବଲାଙ୍ଗୀରବାସୀଙ୍କୁ କରୋନା ପାଇଁ ସତର୍କ କରାଇଲେ ପୋଲିସ ଡ଼ିଜି ଅଭୟ

ବଲାଙ୍ଗୀର: ପୋଲିସ ଡ଼ିଜି ଅଭୟଙ୍କ ଅଭୟଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ | ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଖେଳ ପଡିଆରେ ଓହ୍ଲାଇଥିଲେ ପୋଲିସ ମହାନିର୍ଦ୍ଦେଶକ । ସେଠାରୁ ସେ ରିଜର୍ଭ ପୋଲିସ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାରେ କରୋନା ସ୍ଥିତି, ପୋଲିସର ଯାଞ୍ଚ, ମାଓ ଗତିବିଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ସେଠାରୁ ବାହାରି ପ୍ରଥମେ ଟାଉନ ଥାନା ଏବଂ ପରେ ସଦର ଥାନା ପରିଦର୍ଶନରେ ଯାଇଥିଲେ ।

ଏହି ଅବସରରେ ଡ଼ିଜି ଅଭୟ ବଲାଙ୍ଗୀରବାସୀଙ୍କୁ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାକୁ ନିବେଦନ କରିଥିଲେ । ଅତି ଆବଶ୍ୟକ ନହେଲେ ଘରୁ ବାହାରିବାକୁ ସେ ବାରଣ କରିବା ସହ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଡିଜିପିଙ୍କ ସହ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି ଅନିରୁଦ୍ଧ ସିଂ, ଉତ୍ତରାଞ୍ଚଳ ପୋଲିସ ଆଇ.ଜି. ନରସିଂହ ଭୋଳ ଓ ବଲାଙ୍ଗୀର ଏସପି ଦାୟୀତ୍ବରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ ଉପସ୍ଥିତ ରହିଥିଲେ ।