ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି । ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିଦେ୍ର୍ଦଶ । ଏହାଛଡ଼ା ପର୍ଯ୍ୟନ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ଗାଇଡ୍ଲାଇନ୍ ରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି ।
ସେହିପରି ହସ୍ପିଟାଲର କୌଣସି ସେକ୍ସନରୁ ପଜିଟିଭ ବାହାରିଲେ ତୁରନ୍ତ ବନ୍ଦ କରାଯିବ । ଉକ୍ତ ସେକ୍ସନର ଅନ୍ୟ ରୋଗୀଙ୍କୁ ଅନ୍ୟତ୍ର ନିଆଯିବ, ରୁମ୍ ଖାଲି କରାଯିବ । ରୁମ୍ ସାନିଟାଇଜ କରାଯାଇ ୨୪ ଘଂଟା ବନ୍ଦ ରଖାଯିବାକୁ ନିଦେ୍ର୍ଦଶ ଦିଆଯାଇଛି ।