ମାଲକାନଗିରି : ଛତିଶଗଡ଼ରେ ସବୁ ସୀମା ଟପିଗଲେଣି ମାଓବାଦୀ । ବଡ ବଡ ହିଂସା ଘଟାଉଛନ୍ତି ରକ୍ତମୁହାଁ ନକ୍ସଲବାଦୀ । ଗତ ୧୫ ଦିନ ଭିତରେ ମାଓବାଦୀମାନେ ଯାହା ଉପରେ ସନେ୍ଦହ ରହୁଛି ତାକୁ ନିଜର ଶିକାର କରୁଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କ ଗଳାକାଟି ହତ୍ୟା । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ମାଲକାନାଗିରି ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ହିଂସା ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।