କୁମ୍ଭ ଫେରାନ୍ତଙ୍କ ପାଇଁ ଏସଆରସିଙ୍କ ନୂଆ ଗାଇଡ଼ଲାଇନ
*କୁମ୍ଭମେଳା ଫେରାନ୍ତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ |
*ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ କୁମ୍ଭମେଳା ଫେରାନ୍ତଙ୍କ ତାଲିକା ପ୍ରଦାନ |
*ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବେ |
ଭୁବନେଶ୍ୱର: କୁମ୍ଭମେଳା ଫେରାନ୍ତଙ୍କ ପାଇଁ ନୂଆ ଗାଇଡ଼ଲାଇନ ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର | ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ କୁମ୍ଭମେଳା ଫେରାନ୍ତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି । ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍ଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିଭଳି କୁମ୍ଭମେଳାରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଗାଇଡ଼ ଲାଇନ ଅନୁଯାୟୀ, ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଡିଓ, ମ୍ୟୁନସିପାଲ, ଏନ୍ଏସି ଅଫିସର, ପିଏଚ୍ସି, ସିଏଚ୍ସିକୁ ରିପୋର୍ଟ କରିବେ । କୁମ୍ଭମେଳା ଫେରନ୍ତା ବ୍ୟକ୍ତି ୧୪ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ରେ ରହିବେ । ଆଶା ଏବଂ ଅଙ୍ଗନଓ୍ୱାଡି କର୍ମୀ କୁମ୍ଭ ଫେରନ୍ତାଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ ।