ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖାଯାଇଛି । ନେସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରବିବାର ଜେଇଇ ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି ।ସୂଚନା ମୁତାବକ ପୁଣିଥରେ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ । ଆସନ୍ତା ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଏହା ସ୍ଥଗିତ ହୋଇଛି ।
ତେବେ ପୁଣି ଥରେ ପରୀକ୍ଷା ନେଇ କେବେ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନେଇ ସୂଚନା ଦିଆଯାଇନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । କରୋନାକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହାହସ ଫେବୃଆରୀ ଓ ମାର୍ଚ୍ଚ ମାସରେ ୨ ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିଲା । ବାକି ପରୀକ୍ଷା ଏପ୍ରିଲ ମାସ ୨୭, ୨୮ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା । ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି |