ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ପଟରୁ ୩ଜଣ ନାବାଳିକାଙ୍କୁ ଉଦ୍ଧାର ଜରିଛି ପୁଲିସ ।
ମାଲକାନଗିରି ବ୍ଲକ ଶୋରିଷମାଳ ଗ୍ରାମରୁ ଏହି ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଧ୍ରପ୍ରଦେଶର ଏକ କାଗଜକଳରେ କାମ କଲେ ଅଧୁକ ମଜୁରୀ ମିଳିବ ବୋଲି ଲୋଭ ଦେଖାଇ ଥିଲେ । ପରିବାର ଗରିବ ହୋଇଥିବାରୁ ସେହି ୩ଜଣ ନାବାଳିକା ଦଲାଲ କଥାରେ ପ୍ରଲୋଭିତ ହୋଇ ଘରେ କାହାରିକୁ ନଜଣାଇଁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ବାହାରିଥିଲେ । ସେମାନେ ଆଜି ସୀମାନ୍ତ ମୋଟୁ ଠାରେ ଆନ୍ଧ୍ରପ୍ରଦେଶକୁ ଏକ ବସରେ ଯାଉଥିବା ବେଳେ ମୋଟୁ ଚେକ ପୋଷ୍ଟ ନିକଟରେ ପୁଲିସ ଅଟକାଇ ଯାଞ୍ଚ କରିଥିଲେ । ପରିଚୟ ମାଗିବାରୁ ସେ ୩ଜଣ ହଡ଼ବଡେଇ ଯାଇଥିଲେ । ଦଲାଲ ସେଠାରୁ ପୁଲିସ ଆଖୁରେ ଧୁଳି ଦେଇ ଖସି ପଳାଇଥିବା ବେଳେ ଏହି ୩ଜଣ ନାବାଳିକାଙ୍କୁ ମୋଟୁ ପୁଲିସ ଉଦ୍ଧାର କରି ଆଜି ମାଲକାନଗିରି ଜିଲ୍ଲା ଶିଶୁମଙ୍ଗଳ କମିଟି ନିକଟରେ ହାଜର କରାଇଛି ।
ଉଦ୍ଧାର ନାବାଳିକା ମାନଙ୍କ ଘର ମାଲାକନଗିରି ବୃକ ସିନ୍ଧିରିମାଳ ପଟ୍ୟୟତ ଶୋରିଷମାଳ ଗ୍ରାମରେ । ସେମାନଙ୍କ ବୟସ ୧୫ରୁ ୧୬ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ଶିଶୁ ମଙ୍ଗଳ କମିଟି ପକ୍ଷରୁ ଉଦ୍ଧାର ନାବାଳିକାମାନଙ୍କୁ କାଉନସେଲିଂ କରି ଆଜି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି ଉଦ୍ଧାର ନାବାଳିକା ମାନଙ୍କୁ ଥଇଥାନ କରିବା ସହ ତାଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଥିବାର ସିଡବ୍ୟସି ଚେୟାରମ୍ୟାନ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି ।