ଭୁବନେଶ୍ବର: ନିଜ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ।ମୁଖ୍ୟତଃ ଗର୍ଭାବସ୍ଥାରେ ସମସ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷ ଭାବେ ପସନ୍ଦ କରିଥାନ୍ତି। କିନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଖାଦ୍ୟ ଖାଇଲେ ତାହା ଗର୍ଭାବସ୍ଥାରେ କ୍ଷତିକାରକ ହୋଇଥାଏ ସେ ସବୁ ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କ’ଣ ଖାଇବା ଅନୁଚିତ।
୧.ଅମୃତଭଣ୍ଡା : ଏହା ଗର୍ଭାବସ୍ଥାର ଆରମ୍ଭରେ ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ। କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ଥାଏ । ଅମୃତଭଣ୍ଡାରେ ପପେନ୍ ମଧ୍ୟ ଥାଏ ଯାହା ଭୃଣର ବିକାଶରେ ବାଧା ସୃଷ୍ଟି କରିଥାଏ।
୨.ଚାଇନିଜ ଖାଦ୍ୟ : ଚାଇନିଜ ଖାଦ୍ୟରେ ମୋନୋ ସୋଡିୟମ୍ ଗ୍ଲୁଟାମେଟ୍ ଅଛି ଯାହା କାରଣରୁ ଶିଶୁର ଜନ୍ମ ପରେ ଶାରିରୀକ ଅକ୍ଷମତା ଦେଖାଯାଇଥାଏ। ଏହା ସହିତ ସୋୟା ସସରେ ଲୁଣ ଅଧିକ ଥିବା ହେତୁ ଗର୍ଭବତୀ ମହିଳାଙ୍କ ରକ୍ତଚାପ ବଢ଼ିଯିବା ଫଳରେ ଗର୍ଭପାତ ହୋଇଥାଏ।
୩.ତୁଳସୀ ପତ୍ର : ଏଥିରେ ଥିବା ଆଷ୍ଟ୍ରୋଗୋଲ ଗର୍ଭପାତ କରାଇପାରେ। ତୁଳସୀ ପତ୍ର ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ପ୍ରଭାବ ପକାଇଥାଏ। ତୁଳସୀ ପତ୍ର ଗର୍ଭବତୀ ମହିଳାର ଭୃଣ ପାଇଁ ପ୍ରତିକୂଳ ସମସ୍ୟା ସୃଷ୍ଟି କରିଥାଏ।
୪.ଗର୍ଭାବସ୍ଥାରେ ଧୂମ୍ରପାନ : ମଦ୍ୟପାନ ଓ ଧୂମ୍ରପାନ କରିବା ଦ୍ୱାରା ପ୍ରଭାବ ଶିଶୁ ଉପରେ ପଡ଼ିଥାଏ।ଗର୍ଭାବସ୍ଥାରେ ଚା ଏବଂ କଫି ପିଅନ୍ତୁ ନାହିଁ। ଏଥିରେ କେଫିନର ମାତ୍ରା ଅଧିକ ଥିବା ହେତୁ ଶିଶୁକୁ କ୍ଷତି ପହଞ୍ଚିଥାଏ।ଗର୍ଭାବସ୍ଥାରେ ଗରମ ଜିନିଷ ଖାଆନ୍ତୁ ନାହିଁ ।ଗର୍ଭାବସ୍ଥାରେ ଭଲ ଭାବେ ରନ୍ଧା ଯାଇଥିବା ଖାଦ୍ୟ ଖାଆନ୍ତୁ। ପୁଷ୍ଟିକର ଭୋଜନ ଖାଆନ୍ତୁ।