ରାୟଗଡା : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ସମସ୍ତ ସୀମା ସୀଲ କଲା ଜିଲ୍ଲା ପ୍ରଶାସନ ।
ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଆଜି ଠାରୁ ଜିଲ୍ଲାର ପଡୋଶୀ ରାଜ୍ୟ ସୀମା ସବୁ ସିଲ ସହ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ରାୟଗଡ ଜିଲ୍ଲା । ଆନ୍ଧ୍ର ପ୍ରଦେଶ ସୀମା କେରେଡା,ବସନଗୁଡ଼l ଓ କାଟିକି ତିନୋଟି ସୀମା ସିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରତିଦିନ ବହୁ ସଂଖ୍ୟାରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଲୋକମାନେ ଓ ଗାଡି ମୋଟର ଜିଲ୍ଲାକୁ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ।