ଭୁବନେଶ୍ୱର : ବିଜୁ ଜନତା ଦଳର (ବିଜେଡି) ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୋଡ଼ରେ ଆଘାତ ଲାଗିବ ଯୋଗୁ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି ।
ରବିବାର ସକାଳେ ବିଧାୟକ ଅମର ଶତପଥୀ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ପ୍ରାତଃଭମ୍ରଣ କରୁଥିଲେ । ହଠାତ୍ ଏହି ସମୟରେ ଶେ ଅନ୍ୟମନସ୍କ ଭାବେ ଥିବା ଏକ ଗାତରେ ତାଙ୍କ ଗୋଡ ପଡିଯାଇଥିଲା । ଯାହାଫଳରେ କି ତାଙ୍କର ଡାହାଣ ଗୋଡକୁ ଆଘାତ ଲାଗିଥିଲା । ତୁରନ୍ତ ମାନ୍ୟବର ବିଧାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସା ପରେ ଏବେ ସେ ଘରେ ବିଶ୍ରାମ ନେଉଛନ୍ତି । ତେବେ ଏହି ଅଘଟଣରେ ତାଙ୍କ ଡାହାଣ ଗୋଡ଼ର ପାଦକୁ ଜୋରଦାର ଆଘାତ ଲାଗିଥିବା ସୂଚନା ମିଳିଛି ।