ଭୁବନେଶ୍ୱର : ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ରାଗିଙ୍ଗ ନାମରେ ଯୌନ ନିର୍ଯାତନା ଘଟଣା ନେଇ ତଦନ୍ତ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି ା ମନ୍ତ୍ରୀ ଶ୍ରୀ ଦାସ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖତ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଉପରୋକ୍ତ ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହ କାଯର୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଏକ ଦୈନିକ ଖବର କାଗଜରେ ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ୪ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ସମ୍ବାଦ ପ୍ରକାଶ ପାଇଥିଲା ଓ ମନ୍ତ୍ରୀ ଶ୍ରୀ ଦାସ ଏହାକୁ ଦୃଷ୍ଟିରେ ରଖତ୍ ଉପରୋକ୍ତ ମର୍ମରେ ପଦକ୍ଷେପ ଗ୍ରହଣ କରିଛନ୍ତି ।
ରାଗିଂ ଅଭିଯୋଗ ଘଟଣାକୁ ନେଇ ହୋମିଓପ୍ୟାଥି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସିଂ କହିଛନ୍ତି, ‘ରାଗିଂ ଅଭିଯୋଗ କିଏ କରିଛି ତାହା ଆମେ ଜାଣିନୁ। ଦିଲ୍ଲୀର ଆଣ୍ଟି ରାଗିଂ ସେଲ୍ରୁ ଫୋନ୍ ଓ ଇ-ମେଲ୍ ଆସିଥିଲା। ଏହାପରେ ରାଗିଂ ନେଇ ଅଭିଯୋଗ ହୋଇଥିବା ଆମେ ଜାଣିବାକୁ ପାଇଥିଲୁ। ଆମକୁ କୌଣସି ଲିଖିତ କିମ୍ବା ଓରାଲ୍ ଅଭିଯୋଗ ଦିଆଯାଇ ନାହିଁ। ଛାତ୍ରୀ ନିବାସରେ ଏହି ରାଗିଂ ହୋଇଥିବା ଜଣାପଡ଼ିଛି। ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିଛି। କଲେଜରେ ଥିବା ଆଣ୍ଟିଂ ରାଗିଂ ସେଲ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।