ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ନପାଇବାର ବ୍ୟବସ୍ଥା ଥିଲା । ସଂଶୋଧନ ବିଲ୍ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ, ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ପାଇପାରିବେ ।
ଯାହାକୁ ନେଇ ବିଧାନସଭାରେ ବିରୋଧି ସଦସ୍ୟମାନେ ଜୋରଦାର ପ୍ରତିବାଦ କରିଛନ୍ତି ।ଏହା ସହିତ ବାଚସ୍ପତିଙ୍କ ପୋଡ଼ିୟମକୁ ଚପଲ, ଇୟର ଫୋନ ଓ କାଗଜ ଫୋପାଡ଼ିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଏହାକୁ ନେଇ ବାଚସ୍ପତି କହିଛନ୍ତି କି, ଆଇନ ତା ବାଟରେ ଯିବ ଏବଂ ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରାଯିବ |