ଛତିଶଗଡ଼ର ଦୁର୍ଗରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା
ଏପ୍ରିଲ୍ ୬ରୁ ୧୪ ତାରିଖ ଯାଏଁ ଦୁର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ
ରାୟପୁର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛତିଶଗଡ଼ରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଦୁର୍ଗରେ ଏପ୍ରିଲ ୬ରୁ ୧୬ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି । ଏପ୍ରିଲ୍ ୬ରୁ ୧୪ ତାରିଖ ଯାଏଁ ଦୁର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେଉଥିବା ନେଇ କହିଛନ୍ତି ଦୁର୍ଗ ଜିଲ୍ଲାପାଳ । ଲକ୍ଡାଉନ୍ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ଏହା ଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ତେବେ ଏହି ସମୟ ମଧ୍ୟରେ କାହାକୁ ଅନୁମତି ଓ କାହା ଉପରେ କଟକଣା ଲାଗିବ ସେନେଇ କୗେଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।ବର୍ତ୍ତମାନ ସୁଦ୍ଧା ଦୁର୍ଗ୍ରେ ମୋଟ ୪୦,୦୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧୪ ଜଣଙ୍କ ମୃତ୍ୟ ହୋଇସାରିଲାଣି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଇଛି ।