Odia News Portal

ସବୁ ରେକର୍ଡ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର : ପୂର୍ବ ତଟ ରେଳପଥ 2020-21 ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡ ଭଙ୍ଗ କରିଛି  |  2020 ଏପ୍ରିଲ ପହିଲା ଠାରୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ, ପୂର୍ବତଟ ରେଳପଥ 205 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ସର୍ବାଧିକ ପଣ୍ୟ ବୋଝେଇର ପୂର୍ବ ରେକର୍ଡ 2002-03 ମସିହାରେ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ଦ୍ୱାରା 202.56 ନିୟୁତ ଟନ କୁ ଅତିକ୍ରମ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛି  | ଏହା ଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଦ୍ଵିତୀୟ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ଜୋନ୍ ହୋଇପାରିଛି | ଗତ ଆର୍ଥିକ ବର୍ଷ 2019-20 ରେ ହାସଲ ହୋଇଥିବା 200.95 ନିୟୁତ ଟନ ପଣ୍ୟ ପରିବହନ ବୋଝେଇର ମଧ୍ୟ ନିଜର ରେକର୍ଡ ଭଙ୍ଗ କରିଛି | ରେଳବାଇ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପଣ୍ୟ ପରିବହନ ଲକ୍ଷ ଧାର୍ଯ୍ୟ 203.02 ନିୟୁତ ଟନ କୁ ପୂର୍ବତଟ ରେଳପଥ ସହଜରେ ଅତିକ୍ରମ କରିଛି |

ପୂର୍ବତଟ ରେଳପଥର ତିନୋଟି ରେଳମଣ୍ଡଳ ଦ୍ୱାରା ହାସଲ କରାଯାଇଥିବା ଚମତ୍କାର ପ୍ରଦର୍ଶନ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ହାସଲ ହୋଇ ପାରିଛି  |  ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 127.02 ନିୟୁତ ଟନର ଲକ୍ଷ୍ୟ ଧାର୍ଯ୍ୟକୁ ଅତିକ୍ରମ କରି 131.37 ନିୟୁତ ଟନ ପଣ୍ୟ ପରିବହନ କରିଛି ଉଲ୍ଲେଖନୀୟ ଅବଦାନ ଦେଇଛି | ପଣ୍ୟ ପରିବହନ ଓ ବୋଝେଇରେ ଖୋର୍ଦ୍ଧା  ରୋଡ୍ ଏବଂ ୱାଲଟିୟର ରେଳମଣ୍ଡଳ ଭାରତୀୟ ରେଳବାଇର ସମସ୍ତ ୬୪ ଟି ରେଳମଣ୍ଡଳ ମଧ୍ୟରେ ଯଥାକ୍ରମେ ୪ର୍ଥ ଓ ୬ଷ୍ଠ ସ୍ଥାନ ହାସଲ କରିଛନ୍ତି |  ଏହି ଆର୍ଥିକ ବର୍ଷରେ 12.37 ନିୟୁତ ଟନ ପଣ୍ୟ ପରିବହନ କରି ସମ୍ବଲପୁର ରେଳମଣ୍ଡଳ ଏହାର ପୂର୍ବ ଶ୍ରେଷ୍ଠ ପଣ୍ୟ ବୋଝେଇ 11.48 ନିୟୁତ ଟନ କୁ ଅତିକ୍ରମ କରି ପରିବହନରେ ଉନ୍ନତି କରିଛି |

ଏହି ପଣ୍ୟ ବୋଝେଇ ଆକଳନ ହାସଲ କରିବାକୁ ପୂର୍ବ ତଟ ରେଳପଥ ଏହି ସମୟ ମଧ୍ୟରେ ଦୈନିକ ପ୍ରାୟ 8447 ୱାଗନ୍ ତଥା ଦୈନିକ ପ୍ରାୟ 154.8 ରେକ୍ / ଟ୍ରେନ୍ ବ୍ୟବହାର କରିଛି |  ଏହି ସମୟ ମଧ୍ୟରେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (SECR) 186.51 ନିୟୁତ ଟନ୍ ଏବଂ ଦକ୍ଷିଣ ପୂର୍ବ ରେଳବାଇ (SER) 175.79 ନିୟୁତ ଟନ୍ ପଣ୍ୟ ପରିବହନ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସର୍ବାଧିକ ପଣ୍ୟ ବୋଝେଇ ଜୋନାଲ ରେଳବାଇ ହୋଇପାରିଛି |

ପୂର୍ବ ତଟ ରେଳ ଅଧୀନରେ ଥିବା ଶିଳ୍ପ ତଥା ଖଣିଜ ୟୁନିଟ୍ ଗୁଡିକରେ ତାଲା ଓ କାର୍ଯ୍ୟ ବନ୍ଦ ଏବଂ କମ୍ କର୍ମଜୀବୀ ସତ୍ୱେ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି | ଏହି ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିବାକୁ, ପୂର୍ବତଟ ରେଳପଥ  ସର୍ବୋତ୍ତମ ଉପାୟରେ ଏହାର ମାନବ ଶକ୍ତି ଏବଂ ସହଭାଗୀ ଓ ସରକାରୀ ସେକ୍ଟର ଏବଂ ଇଣ୍ଡଷ୍ଟ୍ରିଜ୍ ସହିତ ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ରକ୍ଷାକରି ଏହି କୃତିତ୍ୱ ହାସଲ କରିଛି  |

ପୂର୍ବତଟ ରେଳପଥ ଏହାର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ନେତୃତ୍ୱରେ ସମସ୍ତ ଅସମ୍ଭବାକୁ ସମ୍ଭବ କରିବାପାଇଁ ସମସ୍ତ ପ୍ରକାର ଚିନ୍ତାବ୍ୟକ୍ତ କରିଛନ୍ତି  |  ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି | ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି  | ପରିଚାଳନା  ବିଭାଗ ଏବଂ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ମାନଙ୍କର ଅତୁଳନୀୟ ଏବଂ ସେମାନଙ୍କର ସମ୍ଭାବ୍ୟ ପରିମାଣରେ ସଠିକ ଯୋଗଦାନ ଏହି ସଫଳତାକୁ ଆଣିପାରିଛି | ପୂର୍ବ ତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ନୂତନ କାର୍ଯ୍ୟଭାରକୁ ଆକର୍ଷିତ କରିବାରେ ଏବଂ ସଡକରୁ ରେଳ ପର୍ଯ୍ୟନ୍ତ ମୋଡାଲ୍ ଗମନାଗମନରେ ଏକ ପ୍ରମୁଖ ସ୍ଥାନ ପାଲଟିଛି |