ଭୁବନେଶ୍ୱର : ୧୯୮୮ ମସିହାରେ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏକ ମ୍ୟାଲେରିଅ । ରିସର୍ଚ୍ଚ କେନ୍ଦ୍ର ସ୍ଥାପିତ ହୋଇଥିଲା । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ମ୍ୟାଲେରିଅ । ସଂପର୍କିତ ରିସର୍ଚ୍ଚ ଓ ମ୍ୟାଲେରିଅ । ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରିବ । ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଓ ବଣଜଙ୍ଗଲ ଘେରା ଅଞ୍ଚଳର ମ୍ୟାଲେରିଅ ।ର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ବିଗତ ଦିନମାନଙ୍କରେ ଅ ।ଖିଦୃଶିଅ । କାର୍ଯ୍ୟ କରି ଅ ।ସୁଅଛି । ରାଜ୍ୟର ମ୍ୟାଲେରିଅ । ନିରାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି ।
ଏବେ କିନ୍ତୁ ରାଉରକେଲାସ୍ଥିତ ଏହି ମ୍ୟାଲେରିଅ । ରିସର୍ଚ୍ଚ କ୍ଷେତ୍ରୀୟ ଅନୁଷ୍ଠାନଟି ରାଉରକେଲାଠାରୁ ରାଞ୍ଚôକୁ ସ୍ଥାନାନ୍ତର ହେବାକୁ ଯାଉଛି, ଯାହାକି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ । ଏହା ଦ୍ୱାରା ମ୍ୟାଲେରିଅ । ରିସର୍ଚ୍ଚ କ୍ଷେତ୍ରରେ କୌଣସି କାଯର୍ୟ ସାଧିତ ହୋଇପାରିବ ନାହିଁ । ଅନ୍ୟ ପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହରାଇବ ।
ଏବେ ରାଜ୍ୟ ମ୍ୟାଲେରିଅ । ନିରାକରଣ କ୍ଷେତ୍ରରେ ଅ ।ଖିଦୃଶିଅ । ସଫଳତା ହାସଲ କରିଛି । ମ୍ୟାଲେରିଅ ।ର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇଛି । ମ୍ୟାଲେରିଅ । ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି । ଏ ସମୟରେ ଏହି ସଫଳତା ବଜାୟ ରଖିବା ପାଇଁ ଅ ।ଗାମୀ ଦିନରେ ଅନେକ କିଛି ଜନହିତକର କାଯର୍ୟ ହାତକୁ ନେବାକୁ ପଡ଼ିବ । ମ୍ୟାଲେରିଅ । ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଅ ।ବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ।
ଏଣୁ, ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଉରକେଲାସ୍ଥିତ ମ୍ୟାଲେରିଅ । ରିସର୍ଚ୍ଚ ସେଣ୍ଟରର କ୍ଷେତ୍ରୀୟ ଶାଖା ରାଞ୍ଚିକୁ ସ୍ଥାନାନ୍ତର ନକରିବା ସହ ଏ ଦିଗରେ ବିହିତ କାଯର୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।