ଝାରସୁଗୁଡ଼ା: ଶିକ୍ଷାନୁଷ୍ଠାନରେ ବଢ଼ି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା | ଶିକ୍ଷାନୁଷ୍ଠାନ ଖୋଲିବା ପରେ କରୋନା ସଂକ୍ରମଣର ଏକାଧିକ ମାମଲା ଦେଖିବାକୁ ମିଳୁଛି । କଟକ, ଢେଙ୍କାନାଳ ପରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ପ୍ରାୟ ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କୁ ମିଶାଇ ମୋଟ ୨୧ ଜଣ କୋଭିଡ୍ ପଜିଟିଭ ହୋଇଛନ୍ତି ।ତେବେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି |