Odia News Portal

କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଆଇୟୁସିଏନର ଚୁକ୍ତିନାମା

ଭୁବନେଶ୍ୱର: ଓଡିଶାର ଅତି ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି । ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା ହୋଇଛି।ସୁସ୍ମିତାଙ୍କ ସମସ୍ତ ଗୀତ ଗୁଡିକ ଓଡ଼ିଆ ଭାଷା, ସଂସ୍କୃତିକୁ ନୂଆ ପରିଚୟ ପ୍ରଦାନ କରିବା ସହ ଅନେକ ସମୟରେ ଗୀତ ଗୁଡିକ ସାମାଜିକ ଚେତନାକୁ ନେଇ ହେଉଥିବାରୁ ଆଇୟୁସିଏନ୍ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ।

ଏହାଛଡା ଆଇୟୁସିଏନ୍ ପକ୍ଷରୁ ସୁସ୍ମିତାଙ୍କୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ “ପୃଥିବୀ ମନ୍ଥନ” ବିଷୟବସ୍ତୁ ଆଧାରିତ ଏକ ଗୀତ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ଗୀତରେ ମଧ୍ୟ ଆଇୟୁସିଏନ୍ ମିଳିତ ଭାବେ ସୁସ୍ମିତାଙ୍କ ସହ କାମ କରିବ ଏବଂ ଜୁନ ୫ ବିଶ୍ୱ ପର୍ଯ୍ୟାବରଣ ଦିବସ ରେ ଏହି ଗୀତଟିକୁ ଉନ୍ମୋଚନ କରାଯିବ । ଏହା ସମଗ୍ର ଓଡିଶା ବାସୀଙ୍କ ପାଇଁ ଗୌରବର ପରିଭାଷା ହୋଇଥିବା ବେଳେ ଏହି ସଫଳତା ପାଇଁ ସୁସ୍ମିତା ଆଇୟୁସିଏନ୍ ସହ ସମସ୍ତ ଶ୍ରୋତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।