ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକୁ ଲଗାତାର ବିରୋଧ କରୁଛି ଲାଲ୍ ବାହିନୀ ।ସେମାନେ ଆତ୍ମ ଗର୍ବରେ ବଶୀଭୂତ ହୋଇ ଜାଳି ଦେଇଛନ୍ତି ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି ।
ସଦ୍ୟ ରିପୋର୍ଟ ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାର ଧାନଅରା ଗାଁରେ ଚାଲିଥିଲା ରାସ୍ତା କାମ । ଏହି କାମରେ ନିୟୋଜିତ ହୋଇଥିବା ୧୧ଟି ଗାଡିକୁ ୨୦ରୁ ଅଧିକ ମାଓବାଦୀ ଜାଳିଦେଇଥିଲେ । ମାଓବାଦୀଙ୍କ ଆତଙ୍କରାଜକୁ ନେଇ ସ୍ଥାନୀୟ ଲୋକେ ଏବେ କୋକୁଆ ଭୟରେ ବଂଚିବାକୁ ବାଧ୍ୟ ହୋଇଛନ୍ତି । ଘଟଣା ସ୍ଥଳକୁ ଡି.ଆର.ଜି ଯବାନ ପଠାଯାଇଥିବା କୋଣ୍ଡାଗାଁ ଏସ୍.ପି ସିଦ୍ଧାର୍ଥ ତିୱାରୀ ସୂଚନା ଦେଇଛନ୍ତି ।