Odia News Portal

ଉତ୍କଳ ଦିବସ ପାଇଁ ଗାଇଡ଼ଲାଇନ ଜାରି

ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା

ଭୁବନେଶ୍ୱର: ଏଥର କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ ।ଉତ୍କଳ ଦିବସ ପାଳନ ପାଇଁ ଆସିଛି ଗାଇଡଲାଇନ୍ । ଏନେଇ ସ୍ପେଶାଲ ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।

ତେବେ ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ ବାରଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରାଯାଇନାହିଁ । ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । କିନ୍ତୁ ସାମାଜିକ ଦୂରତା ରକ୍ଷା ,ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସଭା ବାଦ୍ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି ।

ସେହିଭଳି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଂଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଜାରି ହୋଇଛି । ତେବେ ଅନ୍ୟ କୌଣସି ସଂଗଠନ କରୋନା ନିୟମ ପାଳନ କରି ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନ ଯଥା ଜିଲ୍ଲାପାଳ, ମୁନିସିପାଲ ଚେୟାରମ୍ୟାନଙ୍କ ଠାରୁ ଅନୁମତି ନେଇପାରିବେ । କରୋନା କଟକଣାକୁ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।