ରାୟଗଡ଼ା: ଆଜି ରାୟଗଡ଼ା ପୋଲିସ ନିକଟରେ ଦୁଇଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍ର ଏରିଆ କମିଟି ଦସ୍ୟମଙ୍କୁ ଓୟାମ୍ ଓରଫ୍ ଜୟରାମ୍ ଏବଂ ‘କେକେବିଏନ୍ କମିଟି’ର ସଦସ୍ୟ ଲାଛୁ ମାଡ଼କାମ । ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ। ମଙ୍କୁଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ୨୦୧୧ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର୍ର ଜୟରାମ୍ ୨୦୧୮ରେ ଓଡ଼ିଶାର କଳାହାଣ୍ଡିରେ କାର୍ଯ୍ୟ କରୁଥିଲେ। ପରେ ସେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍କୁ ବଦଳି ହୋଇଥିଲେ। ସେହିପରି, ଲାଛୁ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା ।