Odia News Portal

ବଲିଉଡ ଷ୍ଟାର ଅମୀର ଖାନ୍ କରୋନା ପଜିଟିଭ୍

ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ କ୍ଵାରେଣ୍ଟାଇନରେ ରହିଲେ ଅଭିନେତା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିଜରେ ଦେଖାଦେଇଛି କରୋନା ଡର | ବଲିଉଡର ବହୁ ଅଭିନେତା, ଅଭିନେତ୍ରୀ ଧିରେ ଧିରେ କରୋନା ସଂକ୍ରମଣରେ ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି । ତେବେ ଆଜି ଚର୍ଚ୍ଚିତ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତଙ୍କୁ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ଗତ କିଛି ଦିନ ତଳେ ନିର୍ଦ୍ଦେଶକ ସଂଜୟ ଲିଲା ଭନସାଲୀ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ଅସୁସ୍ଥ ହୋଇପଡିଥିଲେ । ପରେ ଟେଷ୍ଟିଂରୁ ସେ କରୋନା ପଜିଟିଭ ଚିହ୍ଟଟ ହେବା ସହ ୟୁନିଟ କିଛି ଲୋକଙ୍କ ନମୂନା ସଂଗ୍ରହ ହୋଇଥିଲା । ତେବେ ଏଥିରେ ରଣବୀର କାପୁର ସଂକ୍ରମିତ ହୋଇଥିଲେ । ତେବେ ଆଲିଆଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।