Odia News Portal

ମୋଦି ଷ୍ଟାଡିୟମରେ ଟ୍ରଫି ମୁକୁଟ

ବ୍ୟାଟ୍ସମ୍ୟାନଙ୍କ ଧମାକା ପରେ ବୋଲରଙ୍କ କମାଲ୍
୩-୨ରେ ଭାରତର ସିରିଜ୍ କବଜା

ଅହମ୍ମଦାବାଦ : ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂକୁ ପାଥେୟ କରି ଭାରତ ପୁଣି ଏକ ଚମକ୍ରାର ବିଜୟ ସହ ସିରିଜ୍କୁ ୩-୨ରେ କଵଜା କରିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୨୪ ରନ୍ କରିଥିବାବେଳେ ଜବାବରେ ଇଂଲଣ୍ଡ ୨୦ ଓଭରରେ ୮ ୱିକେଟ ହରାଇ ୧୮୮ ରନ୍ କରିଥିଲା । ଫଳରେ ଏହି ମ୍ୟାଚ୍କୁ ଭାରତ ୩୬ ରନ୍ରେ ଜିଣି ନେଇଥିଲା । ସିରିଜ୍ରେ ୩ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ କୋହଲି ମ୍ୟାନ୍ ଅଫ୍ ଦି ସିିରିଜ ଓ ଚମକ୍ରାର ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଅନ୍ତିମ ସେସନ୍ରେ ଭାରତୀୟ ବୋଲରଙ୍କ ଚମକ୍ରାର ଲେଉଟାଣି ଆଜି ମ୍ୟାଚର ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋାଲିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୪ ରନ୍ ସ୍କୋର କରିଥିଲା । ସିରିଜ ଆରମ୍ଭ ହେବା ପୂର୍ବରୁ ଅ ।କ୍ରମଣାତ୍ମକ ବ୍ୟାଟିଂ ବାବଦରେ କହିଥିବା ଟିମ୍ ଇଣ୍ଡିଅ ।ର ଅଧିନାୟକ ବିରାଟ କୋହଲି ସିରିଜର ଶେଷ ମ୍ୟାଚରେ ଅ ।କ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ । ଅ ।ଉ କୋହଲିଙ୍କୁ ସାଥ୍ ଦେଇଥିଲେ ରୋହିତ ଶର୍ମା । ରୋହିତ ଶର୍ମା ୬୪ (୩୪ ବଲ , ୪ ଚୌକା, ୫ ଛକା), ବିରାଟ କୋହଲି ଅପରାଜିତ ୮୦ (୫୨ ବଲ, ୮ ଚୌକା ୨ ଛକା), ସୂର୍ଯ୍ୟ କୁମାର ଯାଦବ ୩୨ (୧୭ ବଲ, ୩ ଚୌକା, ୨ ଛକା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୯ (୧୭ ବଲ, ୪ ଚୌକା, ୨ ଛକା) ରନ ସ୍କୋର କରିଥିଲେ । ଏହି ମ୍ୟାଚରେ ଭାରତ କେବଳ ଗୋଟିଏ ପରିବର୍ତ୍ତନ କରିଥିଲା । କେ.ଏଲ୍ ରାହୁଲଙ୍କ ସ୍ଥାନରେ ବୋଲର ଟି ନଟରାଜନଙ୍କୁ ଦଳରେ ସାମିଲ କରିଥିଲା । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହ କୋହଲି ନିଜେ ଓପନିଂକୁ ଅ ।ସିବାକୁ ନିଷ୍ପତ୍ତି ନେଇଥିଲେ । ଅ ।ଉ ଇଂଲଣ୍ଡ ବୋଲରଙ୍କୁ କଡ଼ା ଜବାବ ଦେଇଥିଲେ । ମୁଖ୍ୟତଃ ରୋହିତ ଶର୍ମା ଶେଷ ଦୁଇଟି ଇନିଂରେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ଦେଖାଇପାରିନଥିଲେ । ହେଲେ ଏହି ମ୍ୟାଚରେ ସେ ତାଙ୍କର ଦୁଇଟି ମ୍ୟାଚର ଅବଶୋଷ ପୂରଣ କରିଥିବା ଦେଖିବାକୁ ମିଳିଛି ।

ଜବାବରେ ଇଂଲଣ୍ଡ ପ୍ରାରମ୍ଭରୁ ଆକ୍ରମଣାତ୍ମକଶୈଳୀ ଆପଣାଇଥିଲା । ତେବେ ପ୍ରଥମ ଓଭରରେ ଜାସନ ରୟ (୦)ଙ୍କୁ ଆଉଟ୍ ସଫଳତା ଦେଇଥିଲେ ଭୁବନେଶ୍ୱର କୁମାର । ପରେ ଜୋସ ବଟଲର ଓ ଡି. ମାଲାନ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୁର୍ମ ପ୍ରହାର କରିଥିଲେ । ଯାହାଫଳରେ ଇଂଲଣ୍ଡ ୧୨ ଓଭରରେ ୧୨୦ ରନ୍ ପାର୍ କରିଥିଲା ଇଂଲଣ୍ଡ । ଏହି ସମୟରେ ମାଲାନ୍ ଓ ବଟଲର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ୧୨.୫ ଓଭରରେ ୧୩୦ ରନ୍ ଥିବାବେଳେ ବଟଲର ୩୪ ବଲରୁ ୫୨ ରନ୍ କରି ଆଉଟ୍ ହୋଇଥିଲେ । ଏହି ସଫଳତା ଦେଇଥିଲେ ଭୁବନେଶ୍ୱର କୁମାର । ଏହାପରେ ମ୍ୟାଚର ମୋଡ଼ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଏହା ପରେ ବେୟାରଷ୍ଟୋ (୭) ଓ ସେଟ୍ ବ୍ୟାଟ୍ସମ୍ୟାନ୍ ମାଲାନ୍ (୬୮ ରନ୍, ୪୬ ବଲ, ୯ ଚୌକା, ୨ ଛକା)ଙ୍କୁ ଆଉଟ୍ କରି ଦୁଇଟି ବ୍ରେକ୍ ଥୁ୍ର ଦେଇଥିଲେ ସର୍ଦ୍ଦୁଲ ଠାକୁର । ପରେ ଇଅନ୍ ମୋର୍ଗନ୍ (୧), ବେନ ଷ୍ଟୋକ୍ସ (୧୪), କି୍ରସ ଜୋର୍ଡାନ୍ (୧୧) ରନ୍ ପିଛା କରିବାକୁ ଯାଇ ବଡ ସେଟ୍ ଖେଳି ଆଉଟ୍ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୮୮ ରନ୍ କରିଥିଲା । ଭାରତ ପକ୍ଷରୁ ସଫଳ ବୋଲର ଭାବେ ସର୍ଦ୍ଦୁଲ ଠାକୁର ୩, ଭୁବନେଶ୍ୱର କୁମାର ୨ ୱିକେଟ ହାସଲ କରିଥିଲେ ।