ମୁମ୍ବାଇ : ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ ଅବସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୀଷଣ ବିସ୍ଫୋରଣ। ଏହି ଅଘଟଣରେ ୫ ଜଣ କର୍ମଚାରୀଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଜଣେ ପୋଲିସ କର୍ମଚାରୀ କହିଛନ୍ତି। ପୋଲିସ ଏବ ଅଗ୍ନିଶମ କର୍ମଚାରୀ ୪୦ ଅନ୍ୟ ଲୋକଙ୍କୁ ସୁରକ୍ଷିତ ବାହାର କରିଛନ୍ତି।
ଶନିବାର ସକାରେ କେମିକାଲ ଫ୍ୟାକ୍ଟିରେ ଦୁଇ ଥର ବିସ୍ଫୋରଣ ଘଟିଛି। ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୋଟିଏ ବୟଲର ଅତ୍ୟଧିକ ଗରମ ହେବା କାରଣରୁ ଫାଟିଯାଇଥିଲା। କିନ୍ତୁ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ।
୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ପୋଲିସ କହିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୪୦ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ବାହାର କରିନିଆଯାଇଛି। ପୋଲିସ ଘଟଣାର ଛାନଭିନ୍ କରୁଥିବା ବେଳେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।