ଅହମ୍ମଦାବାଦ : ଚତୁର୍ଥ ଟି-୨୦ ମ୍ୟାଚରେ ଲଢୁଆ ବ୍ୟାଟିଂ ଓ ବୋଲିଂ କରି ସିରିଜ ବଞ୍ଚାଇଥିବା ଭାରତୀୟ ଦଳ ଆସନ୍ତାକାଲି ଟ୍ରଫି ପାଇଁ ଫାଇନାଲ ଲଢ଼େଇ କରିବ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ଜିଣିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ବଦଲା ନେଇଥିଲା ଭାରତ । ସେହିପରି ତୃତୀୟ ଓ ଚତୁର୍ଥ ମ୍ୟା୍ଚରେ ମଧ୍ୟ ଅନୁରୂପ ଫଳାଫଳ ଦେଖିବାକୁ ମିଳିଥିଲା । ଯାହାଫଳରେ ଏବେ ସିରିିଜ୍ ସ୍ଥିତି ୨-୨ରେ ଅଛି । ଆସନ୍ତାକାଲି ଯେଉଁ ଦଳ ଜିତିବ ଟି-୨୦ ଟ୍ରଫି ହାସଲ କରିବ । ତେଣୁ ଉଭୟ ଦଳ ମ୍ୟାଚ୍ ଜିଣିବା ପାଇଁ ସବୁ ସାମର୍ଥ୍ୟ ଖଟାଇବେ । ଘରୋଇ ମାଟିରେ ଟେଷ୍ଟ ତାଜ୍ ପିନ୍ଧିବା ପରେ ଟି-୨୦ ଟ୍ରଫି ହାତେଇବା କୌଣସି କସର ଛାଡ଼ିବନି । ପୂର୍ବର ପ୍ରଦର୍ଶନକୁ ଭୁଲି ଏକ ନୂଆ ଅନ୍ଦାଜରେ ପଡ଼ିଆକୁ ଓହ୍ଲାଇବ ଭାରତ ।
ଭାରତୀୟ ଦଳର ପ୍ରଦର୍ଶନକୁ ଦେଖିଲେ ଦଳର ଓପନିଂ ଲାଇନ୍ଅପ୍ ଚିନ୍ତାଜନକ ରହିଛି । ଓପନର ଲୋକେଶ ରାହୁଲଙ୍କୁ ଗତ ୪ ମ୍ୟାଚରେ ଖେଳାଯାଉଥିଲେ ହେଁ ସେ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଛନ୍ତି । ତେଣୁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ ତାହା ଦଳୀୟ ଚୟନ ଉପରେ ନିର୍ଭର କରେ । ଅନ୍ୟତମ ଯୁବ ତାରକା ଇଶାନ୍ କିଶାନ୍ ଗୋଟିଏ ମ୍ୟାଚ୍ରେ ବିଫଳତା ପାଇଁ ସେ ୪ର୍ଥ ମ୍ୟାଚ୍ରେ ବସିଥିଲେ । ସେହିପରି ଶିଖର ଧାୱନ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଇପାରନ୍ତି । ପ୍ରଥମ ଦୁଇ ମ୍ୟାଚ୍ରେ ବସିଥିବା ରୋହିତ ଶର୍ମାଙ୍କ ବ୍ୟାଟରୁ ମଧ୍ୟ ବଡ ସ୍କୋର ଦେଖିବାକୁ ମିଳିନାହିଁ । ତେଣୁ ଫାଇନାଲରେ ତାଙ୍କଠାରୁ ବହୁତ ବଡ଼ ଆଶା କରାଯାଉଛି । ସେହିପରି ତୃତୀୟ ସ୍ଥାନରେ ପ୍ରଥମ ସୁଯୋଗରେ ସୂର୍ଯ୍ୟକୁମାର ଯାଦବ ଚମକ୍ରାର ବ୍ୟାଟିଂ କରିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଅଧିନାୟକ ବିରାଟ କୋହଲି ମଙ୍ଗ ସମ୍ଭାଳିବେ । ସେ ସିରିଜ୍ରେ ସର୍ବାଧିକକ ୧୫୧ ରନ୍ କରିଛନ୍ତି । ଏଥିରେ ଦୁଇ ଅର୍ଦ୍ଧଶତକ ସାମିଲ ରହିଛି ।୧ ୫ମ ସ୍ଥାନରେ ଶ୍ରେୟାସ ଆୟାର (୧୨୧ ରନ୍), ୬ଷ୍ଠ ସ୍ଥାନରେ ଋଷଭ ପନ୍ତ ଓ ୭ମ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବେ । ସେହିପରି ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର, ଶର୍ଦ୍ଦୁଲ ଠାକୁର ସ୍ଥାନ ପାଇବା ସୁନିଶ୍ଚିତ ଥିବାବେଳେ ସୁଯୋଗ ଅପେକ୍ଷାରେ ଟି. ନଟରାଜନ । ସେହିପରି ସ୍ପିନର ବିଭାଗରେ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ୱାଂଶିଟନ ସୁନ୍ଦର ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଇଂଲଣ୍ଡ ପାଇଁ ଟି-୨୦ ସିରିଜ୍ ସବୁଠାରୁ ସଫଳ ହୋଇଛି । ଦଳର ସମସ୍ତ ଖେଲାଳି ଭଲ ପ୍ରଦର୍ଶନ କରିଛନ୍ତି । ଓପନର ଜାସନ ରୟ ଦଳ ପାଇଁ ସର୍ବାଧିକ ୧୪୪ ରନ୍ କରିଛନ୍ତି । ସେହିପରି ବେୟାରଷ୍ଟୋ (୧୧୧ ରନ୍), ବଲଟର (୧୨୦ ରନ୍) ଭଲ ପ୍ରଦଶର୍ନ କରିଛନ୍ତି ।
ବୋଲିଂରେ ସର୍ବାଧିକ ୱିକେଟ ନେଇଛନ୍ତି ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚର (୭ ୱିକେଟ) ।ସେହିପରି ମାର୍କ ଉଡ୍ ମଧ୍ୟ ଭଲ ପ୍ରଦର୍ଶନ କରି ୫ ୱିକେଟ, କି୍ରସ ଜୋର୍ଡାନ୍ (୪), ଅବଦୁଲ ରସିଦ (୩), ୟୁଜବେନ୍ଦ୍ର ଚହଲ (୩), ରାହୁଲ ଚହର (୩) ଲେଖାଏଁ ସଫଳତା ପାଇଛନ୍ତି ।