Odia News Portal

କଟକରେ ରାକେଶ ଟିକାୟତଙ୍କୁ ଟାର୍ଗେଟ

କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ

କଟକ: ରାକେଶ ଟିକାୟତଙ୍କୁ ଆକ୍ରମଣ ଉଦ୍ୟମ । କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ଫଳରେ ଗୁରୁଦ୍ୱାର ସମ୍ମୁଖରେ ପ୍ରାୟ ଅଧ ଘଣ୍ଟା ଧରି ଗହଳି ଲାଗି ରହିଥିଲା ।

ସୂଚନା ଅନୁଯାୟୀ, ଯାଜପୁର ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରି ଗୁରୁଦ୍ୱାର ଦର୍ଶନ ନିମନ୍ତେ ଯାଇଥିଲେ ରାକେଶ ଟିକାୟତ | ଗୁରୁଦ୍ୱାରରୁ ଦର୍ଶନ ସାରି ଫେରିବା ସମୟରେ ଦେବ ସେନା କର୍ମୀ ବିରୋଧ କରିଥିଲେ । ଦେବ ସେନା କର୍ମୀ ଟିକାୟତଙ୍କ ଗାଡ଼ି ଉପରକୁ ପଥର ଫୋପାଡ଼ି ଥିବା ଅଭିଯୋଗ ହୋଇଛି । ଟିକାୟତଙ୍କ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଦେବ ସେନା କର୍ମୀ ଅଭିନାଶ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।