ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେପି ବିଧାୟକ।ତେବେ ବିଧାୟକଙ୍କ ଆସିବା କ୍ଷଣି ନବୀନ ନିବାସ ଗେଟ୍ ବନ୍ଦ କରାଯାଇଥିବାରୁ। ବିଜେପି ବିଧାୟକ ମାନେ ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି ।ତେବେ ବିଧାୟକ ମାନଙ୍କୁ ଭିତରକୁ ଯିବାକୁ ମନ୍ତ୍ରୀ ସମୀର ଦାସଙ୍କ ଅନୁରୋଧ ସତ୍ତ୍ୱେ ନିଜ ସ୍ଥାନରୁ ବସିଛନ୍ତି ବିଧାୟକ । ଗୁରୁବାର ବିଧାନସଭା ଆରମ୍ଭରୁ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।